ମେଡ଼ିକାଲ ଶୌ•ଳୟରେ ତାଲା ମିନେରାଲ ୱାଟରରେ ଶୌଚ, ନିର୍ମାଣଧିନ ଶୌ•ଳୟ ନିର୍ମାଣ ପାଇଁ ଦାବୀ
ଭୁବନେଶ୍ୱର, : ଶୌ•ଳୟ ଅଛି । ଜଳ ଓ ବିଜୁଳି ସଂଯୋଗ ହୋଇଛି । କିନ୍ତୁ ଶୌ•ଳୟ ବାହାରେ ଖୋଲା ଆକାଶ ତଳେ •ଲିଛି ଶୌଚ କର୍ମ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସ୍ମାର୍ଟ ସହର ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଶୌ•ଳୟ ନିକଟରେ । ହସ୍ପିଟାଲ
ପରିସରରେ ଥିବା ଘରୋଇ ସୁଲଭ ଶୌ•ଳୟଟି ଭୋର ୫ଟାରୁ ରାତି ୧୦ଟା ଯାଏ ଖୋଲେ । ରାତି
୧୦ଟା ପରେ ଶୌ•ଳୟରେ ପଡ଼ିଯାଏ ତାଲା । ତା’ପର ଠାରୁ ଦୂରଦୂରାନ୍ତ ରୋଗୀମାନଙ୍କ ଦୁର୍ଦ୍ଦଶା ଦୁଇଗୁଣ
ହୋଇଥାଏ । ରୋଗୀ ଓ ଆଟେଣ୍ଡାଣ୍ଟମାନେ ଜରୁରୀ ଶୌଚ ଆବଶ୍ୟକତା ପାଇଁ ମେଡ଼ିକାଲ ପରିସର ସାରା
ଶୌ•ଳୟ ଅନ୍ୱେଷଣରେ ଖୋଜି ନିରାଶ ହେବା ପରେ ପାଖ ଦୋକାନରୁ ମିନେରାଲ ୱାଟର କିଣିନେଇ
ଡ଼ାକ୍ତରଖାନା ପରସର ଅନ୍ଧାରୁଆ ଜାଗାରେ ଶୌଚବାସ ସାରେ । ଏଥି ।ଇଁ ହସ୍ପିଟାଲ ପରିସରର ଲମ୍ବା ଡ୍ରେନ୍
ଏବେ ଖୋଲା ଶୌଚ ଯାଗା ପାଲଟିଛି । କାଜୁଆଲିଟି, ଓପିଡ଼ି ଓ ନିରାମୟ ଔଷଧ କେନ୍ଦ୍ରକୁ ଆସୁଥିବା ରୋଗୀ
ଓ ରୋଗୀ ସମ୍ପର୍କୀୟମାନେ ନାହିଁ ନଥିବା ଦୁଃଖ ଭୋଗନ୍ତି । ମଧୁମେହ ଓ ପ୍ରୋଷ୍ଟେଟ୍ ରୋଗୀମାନେ ପରିସ୍ରାଗାର
ନଥିବାରୁ ଜନଗହଳି ୂର୍ଣ୍ଣ ସ୍ଥାନରେ ପରିସ୍ରା କରୁଥିବା ଦେଖାଯାଇଛି । ପରିମଳ ଓ ସ୍ୱଚ୍ଛତାକୁ ନେଇ ବ୍ୟାପକ
ପ୍ର•ର କରାଯାଉଥିଲେ ହେଁ ୬ ନମ୍ବର ଭଳି ଗୁରୁତ୍ୱ ୂର୍ଣ୍ଣ ମେଡ଼ିକାଲ ପରିସରରେ ଅର୍ଦ୍ଧନିର୍ମିତ ଅବସ୍ଥାରେ
ପଡ଼ିରହିଛି ଶୌ•ଳୟ । ହସ୍ପିଟାଲ ପ୍ରଶାସକ ତୁରନ୍ତ ଏ ଦିଗରେ ଧ୍ୟାନ ଦେବାକୁ ଜାତୀୟ ଯୁବ ପୁରସ୍କାରପ୍ରାପ୍ତ
ସୁଶାନ୍ତ ସାହୁ ହସ୍ପିଟାଲର ନିର୍ଦ୍ଦେଶକ ଓ ଅଧିକ୍ଷକଙ୍କ ନିକଟରେ ପ୍ରେସ୍ ବିବୃତ୍ତିରେ ଦାବୀ କରିଛନ୍ତି ।


