ମେଡ଼ିସିନ୍ ଷ୍ଟୋରର ମାଲିକ ମୃତ୍ୟୁ ଘଟଣାରେ ଦୃୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ଖୋର୍ଦ୍ଧା ଟାଉନର ମା ମଙ୍ଗଳା ମେଡ଼ିସିନ୍ ଷ୍ଟୋରର ମାଲିକ କୃଷ୍ଣଚନ୍ଦ୍ର ସାହୁଙ୍କୁ ରବିବାର ସନ୍ଧ୍ୟା ୬.୨୦ ମିନିଟ୍‌ରେ ଜଣେ ଦୃର୍ବୁର୍ତ୍ତଙ୍କ ଗୁଳିମାଡ଼ରେ ମୃତ୍ୟୁ ଘଟଣାକୁ ସହଜରେ ଗ୍ରହଣ କରିପାରି ନାହିଁ ଔଷଧ ବ୍ୟବସାୟୀ ସଂଘ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ । ସଭାପତି ଶ୍ରୀ ପି ସତ୍ୟନାରାୟଣ ଏବଂ ସାଧାରଣ ସମ୍ପାଦକ ଶ୍ରୀ ପ୍ରଶାନ୍ତ ମହାପାତ୍ର ଏହି ଘଟଣାକୁ ଗୁରୁତର ଭାବେ ନେବା ସହିତ ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସ୍‌.ପି.ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦୃବୁର୍ତ୍ତଙ୍କୁ ତୁରନ୍ତ ଗିରଫ କରିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଭାପତି ଏବଂ ସାଧାରଣ ସମ୍ପାଦକଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲା ଟାଉନ, ବାଲେଶ୍ୱର ଏବଂ କଟକର ଶତାଧିକ ଔଷଧ ବ୍ୟବସାୟୀ ଦଳବଦ୍ଧ ଭାବେ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଏଥି ପାଇଁ ଆଜି ଖୋର୍ଦ୍ଧା ଟାଉନ୍‌ର ସମସ୍ତ ଔଷଧ ଦୋକାନ ବନ୍ଦ ରହିଛି । ଯଦି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ଓଡ଼ିଶାର ସସସ୍ତ ଔଷଧ ବ୍ୟବସାୟୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦୋକାନ ବନ୍ଦ ରଖି ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଭାପତି ଶ୍ରୀ ପି. ସତ୍ୟନାରାୟଣ ଏବଂ ସାଧାରଣ ସମ୍ପାଦକ ଶ୍ରୀ ପ୍ରଶାନ୍ତ ମହାପାତ୍ର ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ