ମେ ୧ରେ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ରାଜ୍ୟସ୍ତରୀୟ ସାହିତ୍ୟ ଆସର ଓ ପ୍ରତିଭା ସମ୍ମାନ ସମାରୋହ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ବିଶ୍ବ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ କୋଣାର୍କ ଅଂଚଳର ଅଗ୍ରଣୀ ସାଂସ୍କୃତିକ ସଙ୍ଗଠନ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ଚତୁର୍ଥ ବାର୍ଷିକ ରାଜ୍ୟସ୍ତରୀୟ ସାହିତ୍ୟ ଆସର ଓ ପ୍ରତିଭା ସମ୍ମାନ ସମାରୋହ କାର‌୍ୟ୍ୟକ୍ରମ ଅର୍କଶ୍ରୀ ଶିଳ୍ପୀ ବାଟିକା ଠାରେ ମେ ୧ ତାରିଖ ଶ୍ରମିକ ଦିବସ ଅବସରରେ ଅନୁଷ୍ଠିତ ହେବ ।ଏହି ରାଜ୍ୟ ସ୍ତରୀୟ ସାହିତ୍ୟ ଆସର ଓ ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ଅତିଥି ଭାବରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର କମିଶନର ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, ବିଶିଷ୍ଟ କବି ତଥା ଜଂଗଲ ଓ ପରିବେଶ ବିଭାଗର ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାସ, ବିଶିଷ୍ଟ କବି ତଥା ପ୍ରାକ୍ତନ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାଶ, ଉତ୍ତର – ପୂର୍ବାଞ୍ଚଳ ସାଂସ୍କୃତିକ ପରିଷଦର ପ୍ରାକ୍ତନ ନିର୍ଦ୍ଦେଶକ ବିଶିଷ୍ଟ କବି ମାନସ ରଞ୍ଜନ ମହାପାତ୍ର, ଓଡିଆ ଯୁବ ଲେଖକ ସମ୍ମେଳନର ଅଧ୍ୟକ୍ଷ ବିଶିଷ୍ଟ କବି ଶଙ୍କର ପରିଡ଼ା, ଯୁବ ପ୍ରଶାସକ ତଥା ବିଡିଓ କାକଟପୁର ବ୍ଲକ ଡାଃ ତୁଷାର ଜ୍ୟୋତି ରଞ୍ଜନ, ପୁରୀ ଜିଲ୍ଲା ନେହେରୁ ଯୁବକେନ୍ଦ୍ରର ଯୁବ ସଂଯୋଜକ ଜୟଶଙ୍କର ଯୋଶୀ ପ୍ରମୁଖ ଯୋଗଦାନ କରିବା ନିମନ୍ତେ ସେମାନଙ୍କ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପରିଚାଳନା ଟ୍ରଷ୍ଟି ତଥା ସଂପାଦକ ଭାଗିରଥି ସ୍ବାଇଁ ଅତିଥି ପରିଚୟ ପ୍ରଦାନ ଓ ବାର୍ଷିକ ବିବରଣୀ ପାଠ କରିବା ସହ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରତାପ କୁମାର ରାଉତ କାର‌୍ୟ୍ୟକ୍ରମ ସଂଯୋଜନା କରିବା ପାଇଁ ସ୍ଥିରୀକୃତ ହୋଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କବି ଓ କବୟତ୍ରୀ ମାନଙ୍କୁ ନେଇ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର‌୍ୟ୍ୟକ୍ରମରେ ଅତିଥି ଭାବରେ ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ବୀରେନ୍ଦ୍ର କୁମାର ମହାନ୍ତି, ବିଶିଷ୍ଟ ବ୍ୟଙ୍ଗ କବି ତଥା ହାସ୍ୟ କୁମୁଦ ସଂପଦ କୁମାର ରଥ, ପ୍ରଶାସକ ତଥା ବିଶିଷ୍ଟ କବି ପ୍ରଭାତ ରଞ୍ଜନ ତରାଇ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ ତଥା ବିଶିଷ୍ଟ କବି ଅନିଲ କୁମାର ଦାଶ, ପ୍ରାକ୍ତନ ସଂସ୍କୃତ ବିଭାଗ ପ୍ରାଧ୍ୟାପିକା ତଥା ସୁଲେଖିକା କମଳ କୁମାରୀ ଦାଶ, ସାମାଜିକ କର୍ମୀ ତଥା ଶିକ୍ଷାବିତ ରାମକୃଷ୍ଣ ମହାନ୍ତି ପ୍ରମୁଖ ଯୋଗଦାନ କରିବାର କାର‌୍ୟ୍ୟକ୍ରମ ରହିଛି। ଏହି କବିତା ପାଠୋତ୍ସବ କାର‌୍ୟ୍ୟକ୍ରମରେ କବି ସୁନିତା ପଣ୍ଡା ଓ ଗାୟକ ଅତିବଡ଼ି ମଙ୍ଗରାଜ ବିଶ୍ବାଳ କାର‌୍ୟ୍ୟକ୍ରମ ସଂଯୋଜନା କରିବା ସହ ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ଛାଟୋଇ ଅଧ୍ୟକ୍ଷତା ଏବଂ ଧନ୍ୟବାଦ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ସାହିତ୍ୟିକା ସୁକାନ୍ତୀ ନନ୍ଦ, ସୁଲେଖିକା ଶୈଳବାଳା ମହାପାତ୍ର, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ ତଥା ସୁଲେଖକ ଅନିଲ କୁମାର ଦାସ, ପୁରୀର ବରିଷ୍ଠ ସାମାଜିକ କର୍ମୀ ଉମା ବଲ୍ଲଭ ମହାପାତ୍ର, ଡେଲାଙ୍ଗର ଗାନ୍ଧୀବାଦୀ ପ୍ରବକ୍ତା ଅନାମ ଚରଣ ମଲ୍ଲିକ, କବି ରାଜଲକ୍ଷ୍ମୀ ବାରିକଙ୍କ ସମେତ ଅନ୍ୟ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର‌୍ୟ୍ୟକ୍ରମ ରହିଛି ।ଏହି କାର‌୍ୟ୍ୟକ୍ରମରେ ଓଡିଶାର ବିଭିନ୍ନ ଅଞ୍ଚଳରୁ କବି, କବୟତ୍ରୀ, ଲେଖକ, ଲେଖିକା, ଗବେଷକ, ଐତିହ୍ୟ ବିଶାରଦ, ସଂସୃତି ଓ ସାହିତ୍ୟ ପ୍ରେମୀ ମାନେ ଯୋଗଦାନ କରିବା ନିମନ୍ତେ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦର ସଂପାଦକ ତଥା ସାମ୍ବାଦିକ ଭାଗୀରଥୀ ସ୍ଵାଇଁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ