ମେ ୨୦ରୁ ମାଟ୍ରିକ ଖାତାଦେଖା
ଭୁବନେଶ୍ୱର: ମେ ୨୦ ତାରିଖ ଠାରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ମାଟ୍ରିକ ଖାତା ମୂଲ୍ୟୟାନ ନେଇ ଆଜି ଚାଲିଥିବା ବୈଠକ ପରେ ମନ୍ତ୍ରୀ ଶ୍ରୀ ଦାସ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମେ ୧୯ ସୁଦ୍ଧା ସବୁ କେନ୍ଦ୍ରରେ ପରୀକ୍ଷା ନିରୀକ୍ଷକମାନେ ପହଞ୍ଚିବେ । ମାଟ୍ରକ ଖାତା ଦେଖାବେଳେ ସାମାଜିକ ଦୂରତ୍ୱ ଅବଲମ୍ବନ ହେବ । ମୂଲ୍ୟୟନ କେନ୍ଦ୍ରରେ କୋଭିଡ ଗାଇଡଲାଇନ ଅନୁପାଳନ ହେବ । ଖାତାଦେଖାରେ ନିୟୋଜିତ ଶିକ୍ଷକଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ରାଜ୍ୟର ୬୦ଟି କେନ୍ଦ୍ରରେ ମାଟ୍ରିକ ଖାତା ଦେଖା ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।