ମେ ୨୩ ରେ ଭୋଟ ଗଣତି : ପ୍ରଶାସନର ବ୍ୟାପକ ପ୍ରସ୍ତୁତି
।ଯାଜପୁର, ତା ୧୫ା୫ ଭୋଟ ଗଣତି ମେ ୨୩ ରେ । ତାହାକୁ କିପରି ସୁଚାରୁ ରୂପେ ସଂପନ୍ନ କରାଯିବ ସେଥିପାଇଁ ପ୍ରଶାସନ ଗୁରୁତ୍ୱ ଦେଇ କାର୍ଯ୍ୟ ଆରମ୍ଭ କରିଚ୍ଥି । ମଙ୍ଗଳବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭୁବନେଶ୍ୱରରେ ଜିଲ୍ଳ୍ାର ସମସ୍ତ ରିଟର୍ଣ୍ଣିଂ ଅପିଂସର ମାନଙ୍କୁ ତାଲିମ ପ୍ରଦାନ କରିଥିବା ବେଳେ ବୁଧବାର ଅପରାହ୍ନରେ ଜିଲ୍ଳ୍ାପାଳଙ୍କ ସମ୍ମିଳନା କକ୍ଷରେ ଜିଲ୍ଳ୍ା ସ୍ତରୀୟ ମାଷ୍ଟର ଟ୍ରେନର ମାନଙ୍କୁ ତାଲିମ ପ୍ରଦାନ କରାଯାଇଚ୍ଥି । ଜିଲ୍ଳ୍ାପାଳ ତଥା ଜିଲ୍ଳ୍ା ନିର୍ବାଚନ ଅଧିକାରୀ ରଂଜନ କୁମାର ଦାସ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍ାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି, ଊପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ ଓ ଅତିରିକ୍ତ ଊପଜିଲ୍ଳ୍ାପାଳ ଚିନ୍ମୟୀ ବିଶ୍ୱାଳ ପ୍ରମୁଖ ଏହି ମାଷ୍ଟର ଟ୍ରେନରଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ବିଶେଷ କରି ଚଳିତ ନିର୍ବାଚନରେ ପଂଳାପଂଳ ଇଭିଏମ୍ ସହ ଭିଭିପାଟ୍ର ଚିରିକୁଟିକୁ ମଧ୍ୟ ଗଣତି ପର୍ଯ୍ୟାୟଭୁକ୍ତ କରାଯାଇଚ୍ଥି । ସେଥିପାଇଁ ବିଶେଷ ଯତ୍ନବାନ ହେବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଏହି ମାଷ୍ଟର ଟ୍ରେନର ମାନେ ୧୬ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତି ସୁପରଭାଇଜର ଓ ଗଣତି ସହାୟକ ମାନଙ୍କୁ ତାଲିମ ପ୍ରଦାନ କରିବେ । ପ୍ରଥମ ଗଣତି ପୋଷ୍ଟାଲ ବାଲାଟରୁ ଆରମ୍ଭ ହେବ । ପରେ ଇଭିଏମ୍ ର ଭୋଟ ଗୁଡିକୁ ଗଣତି କରାଯିବ । ଶେଷରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ ୫ଟି ଲେଖାଏଁ ବୁଥ୍ର ଭିଭିପାଟ୍କୁ ର୍ୟାଣ୍ଡମାଇଜେସନ ମାଧ୍ୟମରେ ଚିହ୍ନଟ କରାଯାଇ ପଡିଥିବା ଚିରିକୁଟିର ଗଣତି ହେବ । ଏ ସମସ୍ତ ଗଣତି ପରେ ଚୁଡାନ୍ତ ସଂଖ୍ୟା ଆଧାରରେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ଗଣତି ଦିନ ସକାଳ ୮ ଘଟିକା ଠାରୁ ଏନ୍.ସି. କଲେଜ ଠାରେ ଭୋଟ ଗଣନା କାର୍ଯ୍ୟ ପ୍ରାର୍ଥୀ ବା ସେମାନଙ୍କ ସ୍ୱିକୃତି ପ୍ରାପ୍ତ ଏଜେଣ୍ଟ ମାନଙ୍କ ଊପସ୍ଥିତିରେ ଆରମ୍ଭ ହେବ । ଲୋକସଭା ପାଇଁ ୭ ଗୋଟି ଓ ବିଧାନ ସଭା ପାଇଁ ୭ ଗୋଟି ଲେଖାଏଁ ଗଣତି ଟେବୁଲ କରାଯିବ । ଗଣନା ହଲ ମଧ୍ୟକୁ କୈାଣସି ମୋବାଇଲ, ଲାପଟପ, କ୍ୟାମେରା ବା ଅନ୍ୟ କୈାଣିସି ଇଲୋକ୍ଟ୍ରୋନିକ୍ସ ଦ୍ରବ୍ୟ ନିଆଯାଇ ପାରିବ ନାହିଁ । ଗଣନା ପାଇଁ ତ୍ରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଚ୍ଥି । ପୋଲିସ, ସେଣ୍ଟ୍ରାଲ ପୋଲିସ ଓ ପାରା ମିଲିଟାରୀଙ୍କ ମାଧ୍ୟମରେ ଏହାର ସୁରକ୍ଷା ବ୍ୟବସ୍ଥା ଚୁଡାନ୍ତ ହୋଇଚ୍ଥି । ଜନସାଧାରଣଙ୍କ ଊଦ୍ଦେଶ୍ୟରେ ପ୍ରତ୍ୟେକ ପର୍ଯ୍ୟାୟର ଭୋଟ ଗଣତିର ପଂଳାପଂଳ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର ହେବା ସହ ଏଲ.୍ସି.ଡି. ମାଧ୍ୟମରେ ପ୍ରଦର୍ଶନର ବ୍ୟବସ୍ଥା ହୋଇଚ୍ଥି । ଗଣମାଧ୍ୟମ ପ୍ରତିନିଧି ଯେଊଁମାନେ କମିଶନଙ୍କ ଦ୍ୱାରା ପରିଚୟ ପତ୍ର ପାଇଥିବେ ସେମାନଙ୍କ ପାଇଁ ମଧ୍ୟ ମିଡିଆ ସେଲ ର ବ୍ୟବସ୍ଥା ହୋଇଚ୍ଥି । ସେଠାରେ ସେମାନେ ବସିବା ସହ ପର୍ଯ୍ୟାୟ କ୍ରମେ ବିଭିନ୍ନ ଗଣନା କେନ୍ଦ୍ରକୁ ଯିବେ । ତେବେ ଗଣନା କେନ୍ଦ୍ରକୁ ସେମାନେ ମଧ୍ୟ କ୍ୟାମେରା ବା ମୋବାଇଲ ଇତ୍ୟାଦି ନେଇପାରିବେ ନାହିଁ ବୋଲି କମିଶନରଙ୍କ ନିର୍ଦ୍ଦେଶ ରହିଚ୍ଥି । ରୈାଦ୍ର ତାପକୁ ଦୃଷି୍ଟରେ ରଖି ଗଣନା କେନ୍ଦ୍ରରେ ୧୦୦ ଟନ୍ ଏ.ସି. ର ବ୍ୟବସ୍ଥା କରାଯାଇଚ୍ଥି ବୋଲି ଜିଲ୍ଳ୍ାପାଳ ଶ୍ରୀ ଦାସ କହିଚ୍ଥନ୍ତି । ବୁଧବାର ଏହି ପ୍ରଶିକ୍ଷଣ ଶିବିରରେ ସମସ୍ତ ମାଷ୍ଟର ଟ୍ରେନର, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ ପ୍ରମୁଖ ଊପସ୍ଥିତ ଥିଲେ ।