ମେ ୩ରୁ ଜଟଣୀ ପସ୍ତଳ ମେଳା

ଜଟଣୀ (ଯୁଗାବ୍ଦ ନ୍ୟୁଜ୍):ଜଟଣୀ ପୁସ୍ତକ ମେଳା ସମିତି ପକ୍ଷରୁ ମେ ୩ରୁ ଏକବିଂଶତମ ଜଟଣୀ ପୁସ୍ତକମେଳା ସ୍ଥାନୀୟ ଟାଉନହଲ୍ ସ୍ରଷ୍ଟାଠାରେ ଆୟୋଜନ ହେବ । ଏ ନେଇ ଆଜି ସ୍ଥାନୀୟ ରାମଚନ୍ଦ୍ରପୁର ସ୍ୱସ୍ତିଜ୍ୟୋତିଠାରେ ପ୍ରସ୍ତୁତି ବୈଠକ ଆୟୋଜନ ହୋଇଥିଲା । ଏଥିରେ ପୁସ୍ତକ ମେଳା ସମିତିର କାର୍ଯ୍ୟକାରୀ ସଭାପତି କୁମାର ମୋହନ ମହାନ୍ତି, ସଂପାଦକ ଅକ୍ଷୟ କୁମାର ମହାନ୍ତି, କୋଷାଧ୍ୟକ୍ଷ କ୍ଷୀରୋଦ୍ କୁମାର ନନ୍ଦ, ଶିକ୍ଷାବିତ୍ ତ୍ରିନାଥ ସାମନ୍ତରାୟ, କିଶୋର ଚନ୍ଦ୍ର ପାଇକରାୟ ଏବଂ ଭବାନୀ ଶଙ୍କର ମହାପାତ୍ର ପ୍ରମୁଖ ଯୋଗଦେଇ ଏକବିଂଶତମ ପୁସ୍ତକ ମେଳା ଲାଗି ଆଲୋଚନା କରିଥିଲେ । ତିନି ତାରିଖ ଶୁକ୍ରବାର ଉଦ୍ଘାଟନୀ ଉତ୍ସବ ଅପରାହ୍ନ ୪ରୁ ରାତ୍ର ୧୦ ପର୍ଯ୍ୟନ୍ତ ଆୟୋଜନ ହେବ । ଦ୍ୱିତୀୟ ଦିବସରେ କବିତା ପାଠୋତ୍ସବ, ତୃତୀୟ ଦିବସରେ ଭଞ୍ଜ ସାହିତ୍ୟ ସମାରୋହ, ଚତୁର୍ଥ ଦିବସରେ ଓଡ଼ିଶୀ ନୃତ୍ୟତ୍ସୋବ ଓ ସଂଗୀତ ସମାରୋହ, ପଞ୍ଚମ ଦିବସରେ ଶଶିମଣି କଳାତ୍ମିକା ସାଂସ୍କୃତିକ କାର୍ଯ୍ୟକ୍ରମ, ଷଷ୍ଠ ଦିବସରେ ଓଡ଼ିଆ ଭାଷା ସାହିତ୍ୟ ଆଲୋଚନାଚକ୍ର, ସପ୍ତମ ଦିବସ ତଥା ଉଦ୍ଯାପନୀ ଦିବସରେ ପୁସ୍ତକ ମେଳାର ସ୍ମରଣୀକା ଉନ୍ମୋଚନ, ପୁସ୍ତକମେଳା ସମ୍ମାନ ପ୍ରଦାନ ଓ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପୁସ୍ତକ ପବ୍ଲିକେଶନର ଷ୍ଟଲ୍ ରହିବ । ପ୍ରତିଦିନ ଭିନ୍ନ ଭିନ୍ନ ଅତିଥିଙ୍କୁ ନେଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ