ମୈଦାନରେ ଦୁଇ ପୂର୍ବତନ ବିଚାରପତି

ଚଳିତ ଲୋକସଭା ନିର୍ବାଚନରେ ଦୁଇ ପୂର୍ବତନ ବିଚାରପତିଙ୍କୁ ପ୍ରାର୍ଥୀ ଭାବେ ଦେଖିବାକୁ ମିଳୁଛି । ପୂର୍ବତନ ବିଚାରପତି ସିଏସ୍ କରନ ୨ଠ୧୯ ସାଧାରଣ ନିର୍ବାଚନରେ ସେଣ୍ଟ୍ରାଲ ଚେନ୍ନାଇ ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିବା ବେଳେ ଅନ୍ୟତମ ପୂର୍ବତନ ବିଚାରପତି ହୁସୈନ୍ ମାସୋଦି ଜାମ୍ମୁ କାଶ୍ମୀରର ଅନନ୍ତଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । କାର୍ଯ୍ୟକାଳ ଶେଷ ହେବା ପରେ ଜଷ୍ଟିସ୍ କରନ୍ ମେ ୨ଠ୧୮ରେ ‘କରପସନ ଡାଇନାମିକ ପାର୍ଟି’ ନାମରେ ଏକ ଦଳ ଗଠନ କରିଥିଲେ । ଚଳିତ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ସେ ଏହି ଦଳର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ଉଭୟ ସରକାର ଓ ନ୍ୟାୟପାଳିକାରେ ହେଉଥିବା ଦୁର୍ନୀତିକୁ ଲୋକଲୋଚନକୁ ଅଣେିବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଅଦାଲତ ଅବମାନନା ଅଭିଯୋଗରେ ଦେଶର ପ୍ରଥମ ବିଚାରପତି ଭାବେ ଜଷ୍ଟିସ୍ କରନ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡାଦେଶ ଭୋଗିଛନ୍ତି । ୨ଠ୧୮ ଜାନୁୟାରୀରେ ଜଷ୍ଟିସ କରନ୍ ସୁପ୍ରିମକୋର୍ଟର ୨ଠଜଣ ସିଟିଂ ଜଜ୍ ଏବଂ ମାଡ୍ରାସ ହାଇକୋର୍ଟର କିଛି ଅବସରପ୍ରାପ୍ତ ହାଇକୋର୍ଟ ଜଜ୍ଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ବିବାଦକୁ ଆସିଥିଲେ । ପରେ ତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରାଯାଇଥିଲା ଯେଉଁଥିରେ ସେ ଛନ୍ଦି ହୋଇପଡି ଜେଲ ଯାଇଥିଲେ । ସେହିପରି ଜଷ୍ଟିସ୍ ହୁସୈନ୍ ମାସୋଦି ଓମାର ଅବଦୁଲ୍ଲାଙ୍କ ଦଳ ନ୍ୟାଶନାଲ କନଫରେନ୍ସରୁ ପ୍ରାର୍ଥୀ ହୋଇଛନ୍ତି । ୬୫ ବର୍ଷୀୟ ପୂର୍ବତନ ବିଚାରପତି ମାସୋଦି ଜାମ୍ମୁ କାଶ୍ନୀର ହାଇକୋର୍ଟରୁ ଜାନୁଆରୀ ୨ଠ୧୬ରେ ଅବସର ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ