ମୈାସୁମୀ ସାହିତ୍ୟ ପରିଷଦର ବିଷୁବ ଆସର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମୈାସୁମୀ ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ଏକ ବିଷୁବ ବନ୍ଧୁ ମିଳନ ଓ କବିତା ପାଠୋତ୍ସବ ସ୍ଥାନୀୟ ସଞ୍ଜିବନୀ ବିଦ୍ୟା ମନ୍ଦିର ପରିସରରେ ଉତ୍ସାହ ଓ ଉଦ୍ଦିପନାର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସମାବେଶରେ ପରିଷଦର ସଭାପତି ପ୍ରଫେସର ନନ୍ଦ କିଶୋର ପରିଡା ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଡଃ. ଶ୍ରୀଧର ସାମଲ ସ୍ୱାଗତ ଭାଷଣ ପ୍ରଦାନ ସହ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସୈାଜନ୍ୟ ସମ୍ପାଦକ କବି ପ୍ରେମାନନ୍ଦ ଖଣ୍ଡୁଆଳ ଅତିଥର ପରିଚୟ ପ୍ରଦାନ କରିଥିଲେ । ଅତିଥି ଭାବରେ ବରିଷ୍ଠ କବି ଅୟସକାନ୍ତ ମହାପାତ୍ର, ଡଃ. କଳ୍ପନା ମଲ୍ଲିକ, ଭକ୍ତ ଚରଣ ମଲ୍ଲ, ବୃନ୍ଦାବନ ଦାସ, ସାହିତ୍ୟ ଏକାଡେମୀ ସଦସ୍ୟ ସରୋଜ କୁମାର ମହାନ୍ତି, ସତୀର୍ଥ ସଭାପତି ଅମର ପ୍ରସାଦ ରାଉତ, ପଲ୍ଲକ ସମ୍ପାଦକ ଶଶିକାନ୍ତ ଦାସ, ଆମ ଗାଁ ସଭାପତି ସଞ୍ଜୟ କୁମାର ମଲ୍ଲିକ, ବାୟାବାବା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ସୁଧାଂଶୁ କୁମାର ଦ୍ୱିବେଦୀ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଅନୁଷ୍ଠିତ କବିତା ପାଠୋତ୍ସବରେ ସ୍ୱର୍ଣ୍ଣମୟୀ ଷଡଙ୍ଗୀ, କବିତା ମୁଦୁଲି, ଲକ୍ଷ୍ମୀପ୍ରିୟା ମାଇତି, ଅଜୟ କୁମାର ପାତ୍ର, ସୁରେନ୍ଦ୍ର କୁମାର ବେହେରା, ରଞ୍ଜନ ବାଇ, ପ୍ରେମାନନ୍ଦ ଜେନା, ନିକୁଞ୍ଜ ବିହାରୀ ପୃଷ୍ଟି, ଆନନ୍ଦ କୁମାର ମାଇତି, ସଙ୍ଘମିତ୍ରା ନାୟକ, ଜ୍ୟୋସ୍ôନାରାଣୀ ସୁତାର, ସତ୍ୟନାରାୟଣ ଜେନା, ସନିଭା ମିଶ୍ର, ଶ୍ରୀଧର କୁମାର ମହାନ୍ତି, ରତ୍ନାକର ପାତ୍ର, ନାରାୟଣ ପାତ୍ର, ରଘୁନାଥ ସାହୁ, ଭରତ ଚନ୍ଦ୍ର ସାହୁ, ଗୀତାଞ୍ଜଳି ସାହୁ, ବନ୍ଦନା ମହାପାତ୍ର, ରାକେଶ କବି ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗବେଷକ ନିରଞ୍ଜନ ମେକାପ, ଧନେଶ୍ୱର ଦାସ, କ୍ଷତିଶ କୁମାର ଭୂୟାଁ, ସମ୍ପାଦକ ସଚ୍ଚିଦାନନ୍ଦ ମିଶ୍ର, ପରିବେଶବିତ କାଶିନାଥ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । କବୟିତ୍ରୀ ଚାରୁଲତା ଭୂୟାଁ ଓ କବି ଶୈଳଜାଶଙ୍କର ସାମଲ କବିତା ପାଠର ସଂଯୋଜନା କରିଥିଲେ । ଅଜୟ କୁମାର ପାତ୍ର ଓ ରଞ୍ଜନ ବାଇ ସଭାରେସହାୟତା କରିଥିଲା ବେଳେ ପରିଷଦର ସମ୍ପାଦକ କବି ଡଃ. ଶ୍ରୀଧର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।


