ମୈାସୁମୀ ସାହିତ୍ୟ ପରିଷଦର ଶିଶିର କବିତା ଆସର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ଅଗ୍ରଣୀ ସାହିତ୍ୟ ସଂଗଠନ ମୈାସୁମୀ ସାହିତ୍ୟ ପରିଷଦ ପକ୍ଷରୁ ଶିଶିର ଋତୁର ଆଗମନୀ ଉପଲକ୍ଷେ ଏକ ଶିଶିର କବିତା ଆସର ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ସଂଜିବନୀ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସମ୍ପାଦକ ତଥା କବି ଡକ୍ଟର ଶ୍ରୀଧର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାହିତ୍ୟ ଆସରରେ କବି ପ୍ରେମାନନ୍ଦ ଖଣ୍ଡୁଆଳ, ପଲକ ସମ୍ପାଦକ ଶଶିକାନ୍ତ ଦାସ, ଆମ ଗାଁ ସାହିତ୍ୟ ପରିଷଦ ସଭାପତି ସଞ୍ଜୟ କୁମାର ମଲ୍ଲିକ, ରଞ୍ଜନ ବାଇ, ଅଜୟ କୁମାର ପାତ୍ର, ସ୍ୱପ୍ନାଂଶୁ ଦାସ, କବିତା ମୁଦୁଲି, ଗୋଲାପ ରାଉତ, ଗାଳ୍ପିକା ଅବନ୍ତୀ ବେହେରା, ରଣଧିର ଜେନା, ଶ୍ରୀଧର ମହାନ୍ତି, ମେଜର ଭରତ ଚନ୍ଦ୍ର ଜେନା, ନିକୁଞ୍ଜ ବିହାରୀ ପୃଷ୍ଟି, ଡଃ. ଶ୍ରୀଧର ସାମଲ ପ୍ରମୁଖ ବହୁ କବି ଓ କବୟତ୍ରୀ ଯୋଗଦେଇ ସେମାନଙ୍କ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ସାଂପ୍ରତିକ ସାହିତ୍ୟରେ ଉତ୍ତର ଆଧୁନିକ କବିତାର ଗତି ଓ ସ୍ଥିତି ସମ୍ବନ୍ଧରେ ସଭାପତି ଡଃ. ସାମଲ ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ କବି ପ୍ରେମାନନ୍ଦ ଖଣ୍ଡୁଆଳ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ