ମୈାସୁମୀ ସାହିତ୍ୟ ପରିଷଦର ଶୀତ କବିତା ଆସର ଓ ବନ୍ଧୁ ମିଳନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମୈାସୁମୀ ସାହିତ୍ୟ ଓ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଏକ ଶୀତ କବିତା ଆସର ଓ ସାରସ୍ୱତ ବନ୍ଧୁ ମିଳନ ସ୍ଥାନୀୟ ସଞ୍ଜିବନୀ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସମ୍ପାଦକ କବି ଡଃ. ଶ୍ରୀଧର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ବାୟାବାବା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ସୁଧାଂଶୁ ଶେଖର ଦ୍ୱିବେଦୀ, ସମ୍ମାନୀତ ଅତିଥି ଭାବେ ପଲକ ପତ୍ରିକାର ସମ୍ପାଦକ ଶଶିକାନ୍ତ ଦାସ, ଅନ୍ୟତମ ଅତିଥି ଭାବେ ଆମ ଗାଁ ସାହିତ୍ୟ ପରିଷଦ ସଭାପତି ସଞ୍ଜୟ କୁମାର ମଲ୍ଲିକ ଓ ସମୀକ୍ଷକ ଭାବେ କବି ରାମକୃଷ୍ଣ ଦାଶ ଯୋଗଦେଇ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହାପରେ ଅନୁଷ୍ଠିତ କବିତା ପାଠୋତ୍ସବକୁ କବି ପ୍ରେମାନନ୍ଦ ଖଣ୍ଡୁଆଳ ସଂଯୋଜନା କରିଥିଲେ । କବୟିତ୍ରୀ କବିତା ମୁଦୁଲି, ସ୍ୱର୍ଣ୍ଣମୟୀ ଷଡଙ୍ଗୀ, ଯାମିନୀ ଦାସ, ସ୍ୱପ୍ନାଂଶୁ ଦାସ, ଅଶୋକ କୁମାର ସାହୁ, ଗୋଲାପ ରାଉତ, ଜ୍ୟୋସ୍ନାରାଣୀ ସୁତାର, ରଞ୍ଜନ ବାଇ, ଅଜୟ କୁମାର ପାତ୍ର, ଟିଟିକାନ୍ତ ନାୟକ, ସୁରେନ୍ଦ୍ର କୁମାର ବେହେରା, ଶ୍ରୀଧର କୁମାର ମହାନ୍ତି, ଅପର୍ତ୍ତି ଚରଣ ସେଠୀ, ଶରତ କୁମାର ରାଉତ, ତ୍ରିଲୋଚନ ଜେନା ପ୍ରମୁଖ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ କବି ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ପରିଷଦର ସମ୍ପାଦକ ଡଃ. ଶ୍ରୀଧର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ