ମୋଟରସାଇକେଲ ଚୋର ଗିରଫ

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) : ଭଣ୍ଡାରିପୋଖରୀ ଥାନା ନେରଡା ପଞ୍ଚାୟତ ପୁରିପଡା ଗ୍ରାମର ଜଣେ ଚୋରକୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ ନେରଡା ଗ୍ରାମରେ ଯାତ୍ରା ହେଉଥିବା ବେଳେ ଓଡି ୩୪ଏଚ ୯୮୨୫ ମୋଟରସାଇକେଲଟି ଚୋରି ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ପକ୍ଷରୁ ତୁରନ୍ତ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ବେଳେ ଗାଡ଼ିଟି କୁ ପୁରିପଡା ଗ୍ରାମର ଯୁବକ ପ୍ରଳୟ ମଲ୍ଲିକ ଚୋରି କରିଥିବା ପୋଲିସ ଜାଣିବାକୁ ପାଇଥିଲା । ପରେ ଅଭିଯୁକ୍ତ ଚୋରକୁ ପୋଲିସ ଗିରଫ କରି ଗାଡ଼ିଟି କୁ ଜବତ କରିଛି । ଏନେଇ ଥାନା ପକ୍ଷରୁ ୩୭୦/୨୧ମୂଳେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ