ମୋଟର କର୍ମଚାରୀ ସଂଘର ନୂତନ ସଭାପତି ଚୟନ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋଟର କର୍ମଚାରୀ ସଂଘର ନୂତନ ସଭାପତି ଭାବେ ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ ଚୟନ ହୋଇଛନ୍ତି । ପୂର୍ବତନ ସଭାପତି ପି,କ୍ରିଷ୍ଣାଙ୍କ ଦେହାନ୍ତ ପରେ ଏହି ପଦବୀଟି ଖାଲି ପଡିଥିଲା । ଏହି କାର୍ଯକ୍ରମରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଯୋଗ ଦେଇ ସଭାପତିଙ୍କ ନାମ ଘୋଷଣା କରିବା ସହ ତାଙ୍କୁ ସୁଭେତ୍ସା ଦେଇଥିଲେ । ସେହିପରି ପୂର୍ବତନ ସଭାପତି ପି.କ୍ରିଷ୍ଣାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ନୂତନ ସଭାପତି ଭାବେ ଶ୍ରୀ ପଟ୍ଟନାୟକ ଦାୟୀତ୍ୱ ଗ୍ରହଣ କରିବା ପରେ ସେ ସଂଘର ଉନ୍ନୟନ ପାଇଁ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରିବେ ବୋଲି କହିଥିଲେ । ସେହିପରି ସଂଘ କିପରି ଅଧିକ ସକ୍ରୀୟ ହେବ ସେ ଦିଗକୁ ମଧ୍ୟ ଦୃଷ୍ଟି ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।