ମୋଟର ଚାଳକମାନଙ୍କୁ ଆର୍ଥିକ ସହାୟତା ଦାବି
ଚୌଦ୍ୱାର (ସଞ୍ଜୀବ କୁମାର ତିୱାରୀ) : ପରିବହନ ଦିଗରେ ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ତଥା ଜୀବିକା ହରାଇ ବସିରହିଥିବା ଚାଳକ ମାନଙ୍କୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ଓଡିଶା ମୋଟର ଚାଳକ ସଙ୍ଘ । ସଙ୍ଘ ର ଚୌଦ୍ୱାର ଶାଖାର କର୍ମକର୍ତା ମାନେ ଆଜି କଟକ ଜିଲ୍ଳାପାଳଙ୍କ ଉଦ୍ୟେଶରେ ଏକ ଦାବିପତ୍ର ଚୌଦ୍ୱାର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରାଙ୍କ ଜରିଆରେ ପ୍ରଦାନ କରିଛନ୍ତି। ସେମାନଙ୍କ ଦାବିପତ୍ର ଅନୁସାରେ ବର୍ତ୍ତମାନ ଡାକ୍ତର ନର୍ସ, ପୁଲିସ, ଗଣମାଧ୍ୟମ, ସଫେଇ କର୍ମଚାରୀ ମାନେ ଦେଶ ପ୍ରତି ଆନ୍ତରିକତା ର ସେବା ପାଇଁ ପ୍ରସଂଶା ପାଉଛନ୍ତି।ସରକାର ସେମାନଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ତେବେ ତାଲାବନ୍ଦ ସମୟରେ ମୋଟର ଚାଳକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅଧିକାଂଶ ଜରୁରୀ କାର୍ଯ୍ୟରେ ଏମାନେ ଜୀବନକୁ ବାଜି ଲଗାଇ ନିଜର କାର୍ଯ୍ୟ ସମାପନ କରୁଛନ୍ତି।ଏ ପରିପ୍ରେକ୍ଷୀରେ ବସ, ଟ୍ୟାକ୍ସି ଚାଳକମାନେ ଜୀବିକା ହରାଇ ଆର୍ଥିକ ଦୁରାବସ୍ତା ଗତି କରୁଛନ୍ତି।ପରିବାର ଚଳାଇବା ସେମାନଙ୍କ ପାଇଁ କାଠିକର ହୋଇପଡିଛି।ଏଦିଗରେ ସରକାର ତୁରନ୍ତ ବିଚାର କରି ଆର୍ଥିକ ସହାୟତା ଘୋଷଣା କରିବାକୁ ଅନୁରୋଧ କରିଛନ୍ତି। ଚୌଦ୍ୱାର ଶାଖା କାର୍ଯ୍ୟକାରୀ ସଭାପତି ଜୟ ସିଂ ଙ୍କ ନେତୃତ୍ୟରେ ସମ୍ପାଦକ ଅକ୍ଷୟପୃଷ୍ଟି,ସିବାନି ପ୍ରସାଦ ଦାସ ,ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।