ମୋଟର ଚାଳକ ସଂଘ ତରଫରୁ ଉପଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ସାରା ବିଶ୍ୱ ରେ ମାରାତ୍ମକ କରୋନା ର କାୟା ବିସ୍ତାର ହୋଇଥିବା ରୁ ସମସ୍ତ ଜନସାଧାରଣ ଙ୍କ ସୁରକ୍ଷା ନିମନ୍ତେ ସରକାର ଦେଶରେ ଲକଡାଉନ୍ ଘୋଷଣା କରିଛନ୍ତି l ଏହି ଲକଡାଉନ୍ କଡାକଡ଼ି ଭାବେ ପାଳନ କରାଯାଉଥିବାରୁ ରାସ୍ତାରେ ଲୋକଙ୍କୁ ବସ, ଟ୍ରକ, ଅଟୋ, ଟେକ୍ସି ଭଳି ଯାନବାହାନ ସହିତ ନିଜ ନିଜର ମୋଟର ଗାଡି ନେଇ ଯିବାକୁ ମଧ୍ୟ ବାରଣ କରାଯାଇଛି l ଯାହାଫଳରେ ଭଞ୍ଜନଗର ସହର ଉପରେ ନିର୍ଭର କରି ଚଳୁଥିବା ସମସ୍ତ ଗ୍ରାମର ଲୋକେ କେବଳ ସାଇକେଲ ରେ ଆସିବା ସମ୍ଭବ ନୁହଁ ଏବଂ ଶତାଧିକ ବସ, ଟ୍ରକ, ଅଟୋ, ଟେକ୍ସି ଚାଳକ ମଧ୍ୟ ନିଜେ ନିଜେ ରୋଜଗାର ରୁ ବଞ୍ଚିତ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତିlଏହି ସବୁ ସମସ୍ୟା ଗୁଡିକ ର ସମାଧାନ ଏବଂ ଲୋକଙ୍କୁ ଲକଡାଉନ ନିୟମ କୁ ଟିକେ କୋହଳ କରିବା ପାଇଁ ଆଜି ତାରିଖ ୧୩-୦୪-୨୦୨୦ ଦିନ ଗଞ୍ଜାମ ଜିଲ୍ଲାର ଓଡିଶା ମୋଟର ଚାଳକ ସଂଘ ଭଞ୍ଜନଗର ଶାଖା ତରଫରୁ ଭଞ୍ଜନଗର ଉପଖଣ୍ଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଯାଇ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କ ଜରିଆରେ ସରକାର ଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି l ସେଠାରେ ଓଡିଶା ମୋଟର ଚାଳକ ସଂଘ ଭଞ୍ଜନଗର ଶାଖା ର ସଭାପତି ସୀମାଞ୍ଚଳ ବେହେରା, ଉପସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତି, ସମ୍ପାଦକ ରଞ୍ଜନ ନାୟକ, ଉପକୋଷାଧକ୍ଷ ଅଜିତ କୁମାର ପ୍ରଧାନ ଏବଂ ବଂଶୀଧର ପଣ୍ଡା, ଚିନ୍ତାମଣି ସ୍ୱାଇଁ, ବିଶ୍ୱନାଥ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ l


