ମୋଟର ଚାଳକ ସଂଘ ତରଫରୁ ଚାଳକ ଦିବସ ପାଳିତ

ରାଇକିଆ,(ଓ୍ବାଇଏନ୍ଏସ୍): ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ କନ୍ଧମାଳ ଜିଲାର ରାଇକିଆ ଶାଖା ତରଫରୁ ଚାଳକ ଦିବସ ପାଳିତ ହୋଇଯାଇଛି । ଏ ନେଇ ରାଇକିଆ ବସ୍ ଷ୍ଟାଣ୍ଡ ଠାରେ ସଂଘ ର ସମସ୍ତ ବସଦସ୍ୟ ଯୋଗଦେଇ ଏହି ଦିବସ ବପାଳନ ର ତାତ୍ପର୍ଯ୍ୟ, ସଡ଼କ ସୁରକ୍ଷା, ଚାଳକ ଙ୍କ ନିରାପତ୍ତା ସମ୍ପର୍କରେ ଆଲୋଚନା ହୋଇଥିଲା ।   କାର୍ଯ୍ୟକ୍ରମରେ ଗାଡି ଚାଳକ ଭାଇମାନଙ୍କୁ ସଚେତନ କରାଇବା ସହିତ ଟ୍ରାଫିକ ନିୟମକୁ ମାନି ଗାଡି ଚଲାଇବା ଓ ଗାଡି ଚଲାଇବା ସମୟରେ ସିଟବେଲ୍ଟକୁ ବ୍ୟବହାର କରିବା, ଗାଡି ଚଲାଇବା ସମୟରେ ମଦ୍ୟପାନ ନକରିବା ଆଦି ବିିଭିନ୍ନ ଦିଗ ଉପରେ ସଭାପତି ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ସଭାପତି ପ୍ରମୋଦ ପ୍ରଧାନ, ଜିଲ୍ଲା ଉପସଭାପତି ଅନନ୍ତ ମାଝୀ, ଉପଦେଷ୍ଟା ଗୋପାଳ ରାଓ, କୋଷାଧ୍ୟକ୍ଷ ସୌମ୍ୟ ରଂଜନ ସାହୁ ଙ୍କ ସମେତ ସମସ୍ତ ଚାଳକ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ