ମୋଟର ଚାଳକ ସଂଘ ତରଫରୁ  ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ସ୍ଥିତ ମୋଟର ଚାଳକ ସଙ୍ଘ ପକ୍ଷରୁ ହନୁମାନ ବାଟିକା ଠାରେ ଏକ ଜରୁରୀ କାଳୀନ ବୈଠକ ଭାରତ ନାୟକଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ସଂଘର ନିଷ୍ପତି ଅନୁଯାଇ  ସଂଘ ନିମନ୍ତେ ଏକ ଗୃହ ନିର୍ମାଣ ନିମନ୍ତେ ସ୍ଥାନ ଚି଼ହ୍ନଟ କରି ଯୋଗାଇଦେବା ପାଇଁ  ୨୦୧୮ରେ ଏକ ଦାବିପତ୍ର ସେତେବେଳର ତହସିଲଦାର ଙ୍କୁ ଦିଆଯାଇଥିଲା,ହେଲେ ତାହା ପୂରଣ ହୋଇ ନ ଥିବାରୁ ମୋଟର ଚାଳକମାନେ କ୍ଷୋଭ ପ୍ରକାଶ କରିବା ସହ ଆଜି ପୁନଶ୍ଚ ସ୍ଥାନୀୟ ତହସିଲଦାର ଲକ୍ଷ୍ମୀଧର ସାହୁ ଙ୍କୁ ଭେଟି ନିଜ ଦାବୀ ଲିଖିତ ଭାବେ ପ୍ରଦାନ କରିଥିଲେ ଏବଂ ଏହି ଦାବୀ ପୂରଣ ନହେଲେ ଆଗାମୀ ଦିନରେ କୋଟଗଡ ର ମୋଟର ଚାଳକମାନେ କାର୍ଯ୍ୟବନ୍ଦ ଧାରଣା ପ୍ରଦର୍ଶନ କରିବା ସହ ରାଜରାସ୍ତା କୁ ଓହ୍ଲାଇ ବାକୁ ବାଧ୍ୟ ହେବେ  ବୋଲି ସଭାପତି ପ୍ରକାଶ କରିଛନ୍ତି  l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ