ମୋଟର ଯାନ ଆକ୍ଟ-୨୦୧୯ ଅନୁପାଳନ ଉପରେ ସଚେତନତା ବୈଠକ 

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତିଙ୍କ ଅଧ୍ୟକ୍ଷତାରେ ମୋଟର ଯାନ (ସଂଶୋଧନ) ଆକ୍ଟ-୨୦୧୯ ଉପରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ସେପ୍ଟେମ୍ବର ୧ ତାରିଖରୁ ରାଜ୍ୟରେ ଲାଗୁ ହୋଇଥିବା ଏହି ଆକ୍ଟର ବିଭିନ୍ନ ଧାରା, ଉପଧାରା ଦ୍ୱାରା କରାଯାଇଥିବା ଦଣ୍ଡ ବିଧାନ ଉପରେ ସଚେତନ କରାଯାଇଥିଲା । ସରକାର ଟ୍ରାଫିକ୍ ନିୟମରେ ଖିଲାଫ ଏବଂ ବିଶୃଙ୍ଖଳାକୁ ନିୟନ୍ତ୍ରଣ ପାଇଁ କରିଥିବା ଏହି ଅର୍ଥ ଦଣ୍ଡ ଏବଂ ନିଶାସକ୍ତ ଯାନ ଚାଳନା ପାଇଁ ଜେଲ ଦଣ୍ଡା ଦେଶ ଉପରେ ଅଧୁନାତନ ନିୟମ ଉପରେ ବିଶେଷ ଭାବେ ଅବଗତ କରାଯାଇଥିଲା । ନା ବାଳକ/ବାଳିକା ମାନଙ୍କୁ ଯାନବାହାନ ଚାଳନା ଉପରେ ପିତାମାତା ଯତ୍ନବାନ ହେବା ଉପରେ ପରାମର୍ଶ ଦିଆଯାଇଥିଲା । କ୍ଷୀପ୍ରଗାମୀ ଯାନକୁ ନିୟନ୍ତ୍ରଣ କରିବା, ବିନା ଲାଇସେନ୍ସରେ ଯାନ ଚାଳନା, ଯାତ୍ରୀବାହୀ ଯାନଗୁଡିକରେ କ୍ଷମତାରୁ ଅଧିକ ଯାତ୍ରୀ ପରିବହନ କରିବା, ଆମ୍ବୁଲାନ୍ସ/ଅଗ୍ନିଶମ ଯାନଗୁଡିକୁ ରାସ୍ତା ନ ଛାଡିବା ଉପରେ କେତେ ଅର୍ଥ ଦଣ୍ଡ ରହିଛି ତାହା ଗୃହକୁ ଅବଗତ କରାଯାଇଥିଲା । ଏଣିକି ସହରର ବିଭି୍ନ ସ୍ଥାନରେ ଜନଚେତନା ଜାଗ୍ରତ ପାଇଁ ପୋଷ୍ଟର, ବ୍ୟାନର, ଲିଫଲେଟ୍ ମାଧ୍ୟମରେ ଲୋକଙ୍କୁ ଟ୍ରାଫିକ୍ ଓ ଦଣ୍ଡ ବିଧାନ ଉପରେ ସଚେତନ କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ଶ୍ରୀ ବି. ଯୁଗଳ କିଶୋର କୁମାର କହିଥିଲେ । ତା ଛଡା କେତେକ ସ୍ଥାନରେ ବ୍ଲିକରିଂ ଲାଇଟ ଲଗାଯିବା, ହମ୍ପସ୍ ନିର୍ମାଣ, ଏକ ପାଖିଆ ଯାନ ଚାଳନା, ପାର୍କିଂ ବ୍ୟବସ୍ଥାରେ ଉନ୍ନତି କରିବା ପ୍ରଭୃତି କାର୍ଯ୍ୟ କରାଯିବ ବୋଲି ବୈଠକରେ ପ୍ରକାଶ କରାଯାଇଥିଲା । ତେବେ ଦୁଇ ଚକିଆ ଯାନ ଚାଳକମାନେ ହେଲମେଟ୍ ପିନ୍ଧିବା ଓ ଚାରିଚକିଆ ଯାନଚାଳକ ସିଟ୍ ବେଲ୍ଟ ବ୍ୟବହାର ଯେପରି ଅଭ୍ୟାସରେ ପରିଣତ ହେବ ସେଥିପ୍ରତି ସଚେତନ ହେବାକୁ କୁହାଯାଇଥିଲା । ବୈଠକରେ ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ବିକାଶ ଚୌଧୁରୀ ବୈଠକର ଆଭିମୁଖ୍ୟ କହିବା ସହ ବିଭିନ୍ନ ଦଣ୍ଡ ବିଧାନ ଉପରେ ଆଲୋକପାତ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ସୁବାଷ ନିଆଲ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ