ମୋଟର ସାଇକେଲ ଦୁର୍ଘଟଣାରେ ଯୁବକ ମୃତ

ବେଲଗୁଣ୍ଠI, (ଶିବରାମ ଚୌଧୁରୀ):ବେଲଗୁଣ୍ଠI ମାଲ ସାହିର ଭୀମ ପାତ୍ରଙ୍କ ପୁଅ ପିଣ୍ଟୁ ପାତ୍ର (୨୨) ଶୁକ୍ର ବାର ୧୨ ଘଣ୍ଟ ସମୟରେ ବେଲଗୁଣ୍ଠI ବାଙ୍କ ବଜାର ଦେଇ ଏକ ମୋଟରସାଇକେଲରେ ଯାଉଥିବା ସମୟରେ ବୋର୍ଡ ସ୍କୁଲ୍ ସମ୍ମୁଖରେ ଏକ ଗାତରେ ଆଗ ଚକ ପଶି ଯିବାରୁ ପିଣ୍ଟୁ ଛିଟିକି ପଡ଼ି ଗାତ ନିକଟରେ ଥିବା ଏକ ଲୁହା ବିଦ୍ୟୁତ୍ ଖୁଣ୍ଟକୁ ବାଡେଇ ହୋଇଥିଲା I ଫଳରେ ପିଣ୍ଟୁର ମୁଣ୍ଡକୁ ଗଭୀର ଅଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା I ପିଣ୍ଟୁକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ବେଲଗୁଣ୍ଠI ମେଡିକାଲ୍ ରେ ଭର୍ତ୍ତି କରିଥିଲେ I ତାର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ପିଣ୍ଟୁକୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଦେଇଥିଲେ I ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଡାକ୍ତର ପିଣ୍ଟୁକୁ ମୃତ ଘୋଷଣା କଲେ I ବଡ଼ ମେଡିକାଲ ଫାଣ୍ଡି ପୋଲିସ୍ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ କରାଯିବା ପରେ ତାର ପରିବାରକୁ ହସ୍ତାନ୍ତର କରିଥିଲେ I ପିଣ୍ଟୁର ଶବ ଗ୍ରାମରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶରେ ପିଣ୍ଟୁର ଶବକୁ ଗ୍ରାମର ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ