ମୋଟର ସାଇକେଲ ଧକ୍କାରେ ୧ ମୃତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳି ଥାନା କୁକୁଡ଼ାଖଣ୍ଡି ନିକଟସ୍ଥ ବଡ଼ କେନାଳ ନିକଟରେ ମୋଟର ସାଇକେଲ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ବ୍ରହ୍ମପୁର ସଦର ଥାନା କୁକୁଡ଼ାଖଣ୍ଡି ଗ୍ରାମର କେ. ଗୋପାଳକୃଷ୍ଣ (୬୦)ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ପ୍ରତିଦିନ ପରି ବୁଧବାର ଗୋପାଳକୃଷ୍ଣ ପ୍ରାତଃଭ୍ରମଣରେ ଯାଇ ଘରକୁ ଫେରୁଥିବା ସମୟରେ କୁକୁଡ଼ାଖଣ୍ଡି ନିକଟସ୍ଥ ବଡ଼ କେନାଳ ନିକଟରେ ଏକ ହିରୋ ଗ୍ଳେମର (ଓଡ଼ି୦୭ଡ଼ବ୍ଳ୍ୟୁ ୭୬୩୭) ଆସି ବୃଦ୍ଧଙ୍କୁ ପଛପଟୁ ଧକ୍କା ଦେଇଥିଲା । ଦୂର୍ଘଟଣାରେ ବୃଦ୍ଧ ଗୁରୁତର ଆହାତ ହୋଇଥିଲେ । ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ କୁକୁଡ଼ାଖଣ୍ଡି ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରଯାଇଥିଲା । ଚିକିତ୍ସାଧିନ ସମୟରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା । ଏ ନେଇ ହିଞ୍ଜିଳି ଥାନାରେ ନଂ- ୩୨୩/୧୯ ରେ ଏକ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଯାଇଛି । ଦୂର୍ଘଟଣା ପରେ ବାଇକ ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଛି । ପୋଲିସ ବାଇକକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।