ମୋତିଆ ବିନ୍ଦୁ ଚିହ୍ନଟ ଶିବିର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସରପଦା ବିଦ୍ୟାଳୟ ଠାରେ ଏକ ମାଗଣା ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଦେବଜ୍ୟୋତି ଫାଉଣ୍ଡେସନ ଏବଂ କ୍ରିଷ୍ଣା ଚକ୍ଷୁ ମେଡିକାଲ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଶିବିରକୁ ପ୍ରଧାନ ଶିକ୍ଷୟତ୍ରୀ ସୁବାଶିନୀ ମଲ୍ଲିକ ଉଦ୍ଘାଟନ କରିଥିଲେ । ଶିବିରରେ ମୋଟ ୩୫ଜଣ ଚକ୍ଷୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ଜଣ ରୋଗୀଙ୍କୁ ଅପରେସନ ପାଇଁ ମେଡିକାଲ ପଠାଯାଇଥିଲା । ଅନ୍ୟ ୨୦ଜଣ ରୋଗୀଙ୍କୁ ପରୀକ୍ଷା ନିରୀକ୍ଷା କରାଯାଇ ମାଗଣା ଔଷଧ ପ୍ରଦାନ କରାଯାଇଥିଲା । ଦେବଜ୍ୟୋତି ଫାଉଣ୍ଡେସନ ଟ୍ରଷ୍ଟି ବିକାଶ ରଞ୍ଜନ ନାୟକଙ୍କ ସଂଯୋଜନା ରେ ଡାକ୍ତର ମିନାକ୍ଷୀ ସାହୁ ଓ ଦେବାଶିଷ ମହାନ୍ତି ସମସ୍ତ ଚକ୍ଷୁ ରୋଗୀଙ୍କ ପରୀକ୍ଷା ନିରୀକ୍ଷା କରିଥିଲେ । ଶିବିରକୁ ଉଦୟନାଥ ରାଉତ, ସଞ୍ଜୟ ବଳ, ସ୍ମୃତିରଞ୍ଜନ ଦାସ, ବସନ୍ତ କୁମାର ସାହୁ , ଗଙ୍ଗାଧର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।