ମୋତିଆ ବିନ୍ଦୁ ଚିହ୍ନଟ ଶିବିର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଵିଷ୍ଣୁପୁର ପଂଚାୟତ କାର୍ଯ୍ୟାଳୟ ଠାରେ ଏକ ମୋତିଆ ଵିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି।ସରପଂଚ ଅମୂଲ୍ୟ ନାୟକଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିବା ଶିବିରରେ ପ୍ରାୟ ୨୦ଜଣ ଚକ୍ଷୁ ରୋଗୀ ଯୋଗ ଦେଇଥିଲେ।ସେଥି ମଧ୍ୟରୁ ୭ ଜଣଙ୍କୁ ଅସ୍ତ୍ରୋପଚାର ପାଇଁ ମେଡିକାଲ ପଠାଯାଇଥିଲା।ଏଥିରେ ଚକ୍ଷୁ ଵିଶେଷଞ ମାନେ ଯୋଗ ଦେଇ ସମସ୍ତ ଚକ୍ଷୁ ରୋଗୀଙ୍କୁ ପରୀକ୍ଷା ନିରୀକ୍ଷା କରିଥିଲେ।ଶିବିରକୁ ଯୁବ ସାମାଜିକ କର୍ମୀ ଦିପକ ପାଣିଗ୍ରାହୀଙ୍କ ସମେତ ଅନ୍ୟାନ୍ୟ ସ୍ଵେଚ୍ଛାସେବୀ ମାନେ ପରିଚାଳନା କରିଥିଲେ।