ମୋଦିଙ୍କୁ କଟାକ୍ଷ କଲେ ପ୍ରିୟଙ୍କା
କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶ ଗସ୍ତ କାର୍ଯ୍ୟକ୍ରମରେ ଶୁକ୍ରବାର ଅଯୋଧ୍ୟା ଗସ୍ତ କରିଛନ୍ତି। ସେଠାରେ ଆୟୋଜିତ ଏକ ରାଲିକୁ ସମ୍ବୋଧନ ଦେବା ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମୁଁ ଯେତେବେଳେ ବାରାଣସୀର ଜନତାଙ୍କୁ ପଚାରିଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେ ଏଠାକୁ ଆସିଛନ୍ତି। ଉତ୍ତର ଆସିଲା ନାଁ। ଯାହା ତାଙ୍କୁ ଆଶ୍ଚର୍ୟ୍ୟ କଲା ବୋଲି ସେ କହିଛନ୍ତି। କାରଣ ମୋଦି ବିଶ୍ୱର ପ୍ରାୟ ସମସ୍ତ ଦେଶ ଗସ୍ତ କରିଛନ୍ତି ଆଉ ସେଠାରେ ସେ ସମସ୍ତଙ୍କୁ ଆଲିଙ୍ଗନ କରିଛନ୍ତି। ହେଲେ ନିଜ ଲୋକଙ୍କୁ ସେ ଆଲିଙ୍ଗନ ନ କରି ଦୂରେଇ ରହିବା ପ୍ରିୟଙ୍କାଙ୍କୁ ଆଶ୍ଚର୍ୟ୍ୟ କରିଛି ବୋଲି ସେ କହିଛନ୍ତି। ତେଣୁ ମୋଦି କେତେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ତାହା ଏଥିରୁ ସ୍ପଷ୍ଟ ହୋଇଛି ବୋଲି ପ୍ରିୟଙ୍କା ପ୍ରକାଶ କରିଛନ୍ତି।