ମୋଦିଙ୍କୁ ଧନ୍ୟବାଦ ଜଣାଇଲେ କ୍ରିକେଟର କ୍ରିସ୍ଗେଲ୍
ନୂଆଦିଲ୍ଲୀ, (ୱାଇଏନ୍ଏସ୍): ଜାମାଇକାକୁ କରୋନାଭାଇରସ ଟିକା ପ୍ରଦାନ କରିଥିବାରୁ ୱେଷ୍ଟଇଣ୍ଡିଜ କ୍ରିକେଟର କ୍ରିସଗେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜାମାଇକା ବ୍ୟାଟ୍ସମ୍ୟାନ୍ ଆଣ୍ଡ୍ରେ ରସେଲଙ୍କ ପରେ ତାଙ୍କ ଦଳର ଦ୍ୱିତୀୟ ଖେଳାଳି ଯିଏକି କାରିବିଆନ୍ ଦେଶକୁ ୫୦,୦୦୦ ଡୋଜ୍ କରୋନାଭାଇରସ୍ ଟିକା ପଠାଇଥିବାରୁ ଭାରତକୁ ଧନ୍ୟବାଦ ଜଣାଇଛନ୍ତି। ଷ୍ଟାର ବ୍ୟାଟ୍ସମ୍ୟାନ୍ ଭାରତୀୟ ହାଇ କମିଶନଙ୍କ ଦ୍ୱାରା ଟ୍ୱିଟ୍ କରି ୧୭ ସେକେଣ୍ଡର ଭିଡିଓରେ କହିଛନ୍ତି,”ପ୍ରଧାନମନ୍ତ୍ରୀ ମୋଦୀ, ଭାରତ ସରକାର ଏବଂ ଭାରତର ଲୋକ, ମୁଁ ତୁମ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ବୋଲି ଏହି ଭିଡିଓରେ ସେ ବାର୍ତ୍ତା ପଠାଇଛନ୍ତି ।


