ମୋଦିଙ୍କ ପରେ ମ୍ୟାନ୍ ଭର୍ସେସ୍ ୱାଇଲ୍ଡ ‘ରେ ନଜର ଆସିବେ ସୁପରଷ୍ଟାର ରଜନୀକାନ୍ତ

ନୂଆଦିଲ୍ଲୀ- ବେୟର ଗ୍ରୀଲ୍ସଙ୍କ ଲୋକପ୍ରିୟ ସୋ ମ୍ୟାନ୍ ଭର୍ସେସ୍ ୱାଇଲ୍ଡ ‘ରେ ନଜର ଆସିବେ ସିନେମା ସୁପରଷ୍ଟାର ରଜନୀକାନ୍ତ । ଗତବର୍ଷ ଏହି ସୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇଥିଲେ । ଏବଂ ସାଧାରଣ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥିଲେ । ମିଳିଥିବା ସୂଚନାଅନୁସାରେ ରଜନୀକାନ୍ତ ଖୁବଶୀଘ୍ର ବେୟର ଗ୍ରୀଲ୍ସଙ୍କ ସହ ଏହି ଶୋ ପାଇଁ ଶୁଟିଂ କରିବେ । ପୂର୍ବ ଥର ମୋଦୀଙ୍କ ଏପିଶୋଡ଼ ଉତ୍ତରାଖଣ୍ଡର ଜିମ କାର୍ବେଟ୍ ପାର୍କରେ ସୁଟିଂ କରାଯାଇଥିଲା । ଏବେ ରଜନୀକାନ୍ତଙ୍କ ଏପିଶୋଡ଼୍ କର୍ଣ୍ଣାଟକର ବାନ୍ଦୀପୁର ବ୍ୟାଘ୍ର ସଂରକ୍ଷଣରେ ଶୁଟିଂ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ