ମୋଦିଙ୍କ ମନ୍ କୀ ବାତ୍ : କରୋନା ଯୋଦ୍ଧାଙ୍କ ପାଇଁ ସ୍ବତନ୍ତ୍ର ଓ୍ବେବ୍ସାଇଟ୍
ନୂଆଦିଲ୍ଲୀ : ଦେଶରେ କରୋନା ସଙ୍କଟ ସମୟରେ ମନ୍ ମୀ ବାତ୍ରେ ଦେଶବାସୀଙ୍କୁ ସମ୍ବଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଭିଡ୍-୧୯ ଯୋଦ୍ଧାଙ୍କ ପାଇଁ ପ୍ରଧାନମନ୍ତ୍ରୀ ଏକ ଓ୍ବେବ୍ସାଇଟ୍ ଲଞ୍ଚ କରିଛନ୍ତି । କୋଭିଡ୍-୧୯ ମୁକାବିଲାରେ ସମଗ୍ର ଦେଶବାସୀ ଏକତ୍ର ହୋଇଛନ୍ତି । ଦେଶର ପ୍ରତ୍ୟେକ ନାଗରିକ କରୋନା ମୁକାବିଲାର ଜଣେ ଜଣେ ଯୋଦ୍ଧା ତେଣୁ ସମସ୍ତେ କୋଭିଡ୍ ଯୋଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ଓ୍ବେବ୍ସାଇଟ୍ରେ ଯୋଗଦାନ କରିବା ଉଚିତ୍ । ବର୍ତ୍ତମାନ ସୁଦ୍ଧା ୧.୨୫ କୋଟି ଭାରତୀୟ ଏହି ଓ୍ବେବ୍ସାଇଟ୍ରେ ଯୋଗ ଦେଇଛନ୍ତି । ଭାରତୀୟ ମାନେ କରୋନା ସହିତ ଲଢୁଛନ୍ତି ଏହା ବ୍ୟତିତ ଅନାହାର ଏବଂ ଦାରିଦ୍ର୍ୟ ସହିତ ମଧ୍ୟ ଲଢିବାକୁ ପଡୁଛି । କରୋନା ସମୟରେ ଦେଶବାସୀ ଦୃଢ ଭାବରେ କରୋନାର ମୁକାବିଲା କରୁଥିବାରୁ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତରେ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ସମୟରେ ଗତକାଲି ଦେଶରେ ନୂତନ ଭାବରେ ୧୯୯୦ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪୯୬ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୦୦ ଅତିକ୍ରମ କରି ସାରିଛି । ମାସ୍କ ବ୍ୟବହାର ବର୍ତ୍ତମାନ ଦେଶର ପରମ୍ପରା ପାଲିଟିଛି । ଆଗାମୀ ଦିନରେ କରୋନା ସଙ୍କଟ ଦୂର ହେଲେ ମଧ୍ୟ ମାସ୍କର ପରମ୍ପରା ଜାରି ରହିବ ବୋଲି ମୋଦି କହିଛନ୍ତି । ଏହା ସହିତ ମୋଦି ଦେଶବାସୀଙ୍କୁ ରମ୍ଜାନ୍ ଏବଂ ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇଛନ୍ତି ମୋଦି ।