ମୋଦିଙ୍କ ସହ ସେଲଫି ନେବାକୁ ବ୍ୟଗ୍ର ବଲିଉଡ୍ ଷ୍ଟାର

ପ୍ରଧାନମନ୍ତ୍ରୀ ମୋଦିଙ୍କର ବିଶ୍ୱରେ ଅନେକ ପ୍ରଶଂସକ ରହିଛନ୍ତି । ଟୁଇଟରରେ ସବୁଠାରୁ ଅଧିକ ଫଲୋ କରୁଥିବା ଭାରତୀୟ ଭାବେ ମୋଦିଙ୍କ ନାଁ ରହିଛି ଆଗରେ । ମୋଦିଙ୍କ ବାସ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଲିଉଡର କେତେଜଣ ସେଲିବ୍ରିଟି ଯୋଗ ଦେଇଥିବା ଜଣାପଡିଛି । ଆଉ ସେହି ସମୟର କିଛି ଫଟୋ ଏବେ ସାସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେସବୁ ଫଟାର ବିଶେଷତ୍ୱ ହେଉଛି ଫଟୋ ଗୁଡିକ ସେଲଫି । ବିଶ୍ୱ ଦରବାରରେ ଟାଣୁଆ ନେତା ଭାବେ ମୋଦିଙ୍କ ବେଶ୍ ନାଁ ଥିବା ବେଳେ ତାଙ୍କ ସହ ବଲିଉଡ୍ ଷ୍ଟାରମାନେ ସେଲଫି ନେବାକୁ ଯେମିତି ବ୍ୟଗ୍ର ଥିବା ଦେଖାଯାଇଛି । ଏହି ଫଟୋ ଗୁଡିକ ଦେଖିବା ପରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ମୋଦିଙ୍କ ସହ ସେଲ୍ଫି ନେବାବେଳେ ବେଶ୍ ଉତ୍ସାହିତ ଥିବା ଦେଖାଯାଇଛନ୍ତି । ଧଳା ରଙ୍ଗର ଶାଢି ସହ ପାରମ୍ପରିକ ଲୁକରେ ବେଶ୍ ସୁନ୍ଦର ଲାଗୁଥିଲେ ଜ୍ୟାକଲିନ୍ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ