ମୋଦି କ୍ୟାବିନେଟରେ ପ୍ରଥମ ବୈଠକ
ଦିନକ ପୂର୍ବେ ଶପଥଗ୍ରହଣ କରିଥିବା ମୋଦି ଓ ତାଙ୍କ ମନ୍ତ୍ରିପରିଷଦ ଆଜି ଠାରୁ କାମ କରିବା ଆରମ୍ଭ କରିଦେଇଛନ୍ତି । ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ପରେ ଶୁକ୍ରବାର ପ୍ରଥମ କ୍ୟାବିନେଟ ବୈଠକ ବସିଛି । ଏଥିରେ ଯୋଗଦେବା ଲାଗି ଅମିତ୍ ଶାହା, ଧର୍ମେନ୍ଦ୍ର ପ୍ରଧାନ, ମୁକତାର ଅବ୍ୱାସ୍ ନକ୍ଭି, ଗିରିରାଜ ସିଂହ, ନିର୍ମଳା ସିତାରମଣ, ରାଜନାଥ ସିଂ, ସ୍ମୃତି ଇରାନି, ଅରବିନ୍ଦ ସାୱନ୍ତ, କିରଣ ରିଜ୍ଜୁ ଆଦି ଯୋଗଦେଇଥିଲେ । ଶୁକ୍ରବାର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରଥମ କ୍ୟାବିନେଟ୍ ବୈଠକରେ ରାଷ୍ଟ୍ରହିତ ଉଦ୍ଦେଶ୍ୟରେ ଏକାଧିକ ନିଷ୍ପତ୍ତି ଗ୍ରହଣ କରାଯାଇଛି । ମୋଦିଙ୍କ ପ୍ରଥମ କ୍ୟାବିନେଟ୍ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି ।


