ମୋଦି ଯବାନଙ୍କ ମେଳରେ, ନବୀନ ପିଲାଙ୍କ ମେଳରେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଦଳଗତ ବିଭେଦତା ଥାଇପାରେ । କିନ୍ତୁ ମୋଦିଙ୍କର ଅନେକ କାର୍ଯ୍ୟଶୈଳୀକୁ ନବୀନ ଅନୁସରଣ କରନ୍ତି । ସାମାଜିକ ଭାବେ ଜନତାଙ୍କ ସହ ଯୋଡ଼ିହେବା ପାଇଁ ମୋଦି ଯେଉଁ ସବୁ ଫର୍ମୁଲା ଉପଯୋଗ କରନ୍ତି ଗତ କିଛି ବର୍ଷ ହେଲା ନବୀନଙ୍କ କାର୍ଯ୍ୟକଳାପରେ ସେ ସବୁ ଚିତ୍ର ପରିଲକ୍ଷିତ ହେଉଛି । ଏହାର ଅନେକ ଉଦାହରଣ ରହିଛି । ଆଜି ଆଲୋକର ପର୍ବ ଦୀପାବଳିକୁ ଠିକ୍ ମୋଦିଙ୍କ ଶୈଳୀରେ ନବୀନ ପାଳିଛନ୍ତି । ନବୀନ ଆଜି ପିଲାଙ୍କ ସହ ଦୀପାବଳି ପାଳିଛନ୍ତି । ଦୀପାବଳି ପାଳିବାକୁ ଏସ୍ଓଏସ୍ ଭିଲେଜ୍ ଯାଇଥିଲେ ମୁଖ୍ୟମନ୍ତ୍ରୀ । ପିଲାଙ୍କ ସହ ଦୀପାବଳି ପାଳିଥିଲେ ନବୀନ । ଚାଇଲ୍ଡ କେୟାର ପ୍ରତିଷ୍ଠାନକୁ ଯାଇ ଦୀପାବଳି ପାଳିଥିଲେ ।
ଚାଇଲ୍ଡ କେୟାର ପ୍ରତିଷ୍ଠାନରେ ମଧ୍ୟ ସବୁ ଜିଲ୍ଲାପାଳ ଦୀପାବଳି ପାଳିଛନ୍ତି । ସେହିପରି ଯବାନଙ୍କ ଗହଣରେ ଦୀପାବଳି ପାଳିବାକୁ ଡିଜିପି, ସମସ୍ତ ଏସ୍ପିଙ୍କୁ ପରାମର୍ଶ ଦେଇଛନ୍ତି ନବୀନ । ଯବାନଙ୍କ ପରିବାରବର୍ଗଙ୍କ ସହ ଦୀପାବଳି ପାଳିବାକୁ ସେ ପରାମର୍ଶ ଦେଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ହେବାଠାରୁ ମୋଦି ଏହି ପର୍ବକୁ ସୀମାକୁ ଯାଇ ଯବାନଙ୍କ ସହ ପାଳି ଆସୁଛନ୍ତି । ଆଜି ବି ଠିକ୍ ସେମିତି ସେ କଶ୍ମୀରରେ ଦୀପାବଳି ପାଳିଛନ୍ତି । ଗତବର୍ଷ ଉତ୍ତରାଖଣ୍ଡଠାରେ ଲାଗିଥିବା ସୀମାରେ ଦୀପାବଳି ଉତ୍ସବ ପାଳିଥିଲେ ମୋଦି ।