ମୋଦି ସରକାରକୁ ସାହାଯ୍ୟ ମାଗିଲେ ଅନିଲ୍
ନୂଆଦିଲ୍ଲୀ, (ଏଜେନ୍ସି): ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ବ୍ୟବସାୟୀ ଅନିଲ୍ ଅମ୍ବାନୀଙ୍କ ସମସ୍ୟା ବଢ଼ି ବଢ଼ି ଚାଲିଛି । ସେ ଏହି ସମସ୍ୟାରୁ ବାହାରିବା ପାଇଁ ମୋଦି ସରକାରଙ୍କୁ ସାହାଯ୍ୟ ମାଗିଛନ୍ତି । ଏଥିରେ ସେ ଅଣ-ବ୍ୟାଙ୍କିଂ ଆର୍ଥିକ ସେବା ସେକ୍ଟର (ଏନ୍ବଇଏଫ୍ସି)କୁ ପର୍ଯ୍ୟାପ୍ତ ନଗଦ ଉପଲବ୍ଧ କରାଇବା ପାଇଁ ନିବେଦନ କରିଛନ୍ତି । ଅମ୍ବାନୀ ଏକ ସାକ୍ଷାତାକାରରେ କହିଛନ୍ତି ଯେ ମୋଦି ସରକାର ଶସ୍ତା ଘର ଓ ସମାବେଶୀ ବିକାସକୁ ନିଜ ପ୍ରାଥମିକତା ବୋଲି ଦର୍ଶାଇଥିଲେ ଏବଂ ମୋର ବିଶ୍ୱାସ ରହିଛି ଯେ ସରକାର ଏହାକୁ ହାସଲ କରିବା ପାଇଁ ଯାହାବି ପଦକ୍ଷେପ ଜରୁରୀ ତାହାକୁ ନିଶ୍ଚେ ଗ୍ରହଣ କରିବେ । ସେ ଆହୁରି କହିଛନ୍ତି ଯେ ସରକାର ଏନ୍ବିଏଫ୍ସି ଓ ହାଉସିଂ ଫାଇନାନ୍ସ କମ୍ପାନୀ (ଏଚ୍ଏଫ୍ସି)କୁ ନଗଦ ପ୍ରଦାନ କରିବା ପାଇଁ ତକ୍ରାଳ ଅନେକ ସୁଦୃଢ଼ ପଦକ୍ଷେପ ଗ୍ରହଣ କରିବ । କାହିଁକି ନା ସମ୍ପୂର୍ଣ୍ଣ ଅର୍ଥବ୍ୟବସ୍ଥାରେ ସୁଦୃଢ଼ତା ଆଣିବା ପାଇଁ ଏହି ସେକ୍ଟରକୁ ଦୃଢ଼ ହେବା ଜରୁରୀ । ଏନ୍ବିଏଫ୍ସି ଓ ହାଉସିଂ ଫାଇନାନ୍ସ କମ୍ପାନୀଗୁଡ଼ିକ ପାଇଁ ମୂଲ୍ୟ ବଢ଼ିଯାଇଥିବା ଅନିଲ୍ ଅମ୍ବାନୀ ପ୍ରକାଶ କରିଛନ୍ତି । ସମସ୍ତ ବଡ଼ କମ୍ପାନୀଗୁଡ଼ିକର ବାଲାନ୍ସ ସିଟ୍ର ଆକାର ଗତ ୮ମାସ ମଧ୍ୟରେ ନିମ୍ନମୁଖି ହୋଇଛି । ରିଲାଏନ୍ସ କ୍ୟାପିଟାଲ୍ରେ୧୮ହଜାର କୋଟି ଟଙ୍କାର ଋଣ ରହିଛି । ଚଳିତ ବର୍ଷ ଷ୍ଟକ୍ ବିକ୍ରି ମାଧ୍ୟମରେ ଋଣ ୫୦% ହ୍ରାସ୍ କରାଯିବ । ସେ କହିଛନ୍ତି ଯେ ଭାରତରେ ଡିଲ୍ କରିବା ସହଜ ନୁହେଁ । ଗତ ସପ୍ତାହରେ ରିଲାଏନ୍ସ ନିପନ୍ ଲାଇଫ୍ ଆସେଟ୍ ମ୍ୟାନେଜ୍ମେଣ୍ଟରେ ୬ହଜାର କୋଟି ଟଙ୍କାରେ ଷ୍ଟକ୍ ସେଲ୍ର ଔପଚାରିକ ଘୋଷଣା କରିଥିଲେ । ଆଗାମୀ ସପ୍ତାହରେ ଜେନେରାଲ୍ ଇନ୍ସ୍ୟୁରାନ୍ସ ଓ ଏଣ୍ଟରଟେନ୍ମେଣ୍ଟ ଆସେଟ୍ ମାମଲାରେ ଆହୁରି ଅଧିକ ପ୍ରଗତି ହେବ ।


