ମୋଦି ସରକାରଙ୍କ ଗ୍ୟାରେଣ୍ଟି “ଆମ ସଂକଳ୍ପ ବିକଶିତ ଭାରତ” ରଥ ନିଯାମପୁର ଏବଂ ଗଣ୍ଡରଦା ଗ୍ରାମପଞ୍ଚାୟତରେ ପରିକ୍ରମା
ବାଲେଶ୍ୱର, (ସରୋଜ ପଣ୍ଡା):ରବିବାର ଦିନ ନିଯାମପୁର ଏବଂ ଗଣ୍ଡରଦା ଗ୍ରାମପଞ୍ଚାୟତରେ ମୋଦି ସରକାରଙ୍କ ଗ୍ୟାରେଣ୍ଟି “ଆମ ସଂକଳ୍ପ ବିକଶିତ ଭାରତ “ରଥ ପରିକ୍ରମା କରିଥିଲା। ପଞ୍ଚାୟତରେ ରଥ ପରିକ୍ରମା ସମୟରେ ସ୍ଥାନୀୟ କୀର୍ତ୍ତନଦଳ ହରିନାମ ସଙ୍କୀର୍ତ୍ତନ କରି ରଥକୁ ବାଟ କଢାଇ ନେବା ସହ ସ୍ବାଗତ କରିଥିଲେ। ଏହି ରଥରେ LED ପରଦା ମାଧ୍ୟମରେ ମୋଦି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଲୋକମାନଙ୍କୁ ପ୍ରଦର୍ଶନ କରାଯାଇଥିଲା l ପଞ୍ଚାୟତର ଲୋକମାନେ ମୋଦି ସରକାରଙ୍କ ଯେଉଁ ଯେଉଁ ଯୋଜନାରେ ଅନ୍ତର୍ଭୁକ୍ତ ତାର ସୁଚି କରିବା ସହ ଯେଉଁ ମାନେ ଏହିସବୁ ଯୋଜନାରୁ ବଞ୍ଚିତ ଅଛନ୍ତି ତାଙ୍କର ପଞ୍ଜିକରଣ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପଠାଇବା ତଥା ସରକାରଙ୍କ ପ୍ରତ୍ୟେକ ଯୋଜନାରୁ ଲାଭ ପାଇବା ପାଇଁ ଜନସାଧରଣଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସ୍ଥଳରେ ରେମୁଣାର ପୂର୍ବତନ ବିଧାୟକ ତଥା ରେମୁଣା ନିର୍ବାଚନ ମଣ୍ଡଳୀ ବିକାଶ ତୀର୍ଥ ଯାତ୍ରା କୋଡ଼ିନେଟର ଗୋବିନ୍ଦ ଚନ୍ଦ୍ର ଦାସ, ମଣ୍ଡଳ କୋଡ଼ିନେଟର କୃଷ୍ଣ ଚନ୍ଦ୍ର ସାହା, ନାରୀ ନେତ୍ରୀ ଶୋଭନା ମହାନ୍ତି,ସରପଞ୍ଚ ଝରଣା ମହାନ୍ତି,ସମିତି ସଭ୍ୟ ପ୍ରମୁଖ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ବିଷୟରେ ଉପସ୍ଥିତ ଲୋକ ମାନଙ୍କୁ ସଚେତନ କରାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମନାଥ ଭୋଇ,ରତିକାନ୍ତ ମାହାଲ, ସଂଜିତ ଦାସ,କାର୍ତ୍ତିକ ମହାନ୍ତି,ସଞ୍ଜୟ ଜେନା,ଗଜେନ୍ଦ୍ର ସେଠୀ,ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍କୁଲରେ ଭଲ ପାଠ ପଢୁଥିବା ପିଲା,କେନ୍ଦ୍ର ସରକାରଙ୍କ ଯୋଜନାରେ ଲାଭ ଉଠାଇଥିବା ଲାଭାର୍ଥି ତଥା ସମାଜ ପାଇଁ ନିଜକୁ ସମର୍ପିତ କରୁଥିବା ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। କେନ୍ଦ୍ର ଅଧୀନରେ ଥିବା ବିଭିନ୍ନ ସଂସ୍ଥା ଯଥା LPG, ନାବାର୍ଡ, ବିଭିନ୍ନ ରାଷ୍ଟ୍ରୟତ୍ତ ବ୍ୟାଙ୍କର କର୍ମଚାରିମାନେ ଉପସ୍ଥିତ ହୋଇ ନିଜ ନିଜ ଅଧୀନରେ ଆସୁଥିବା ବିଭିନ୍ନ ଜନ କଲ୍ୟାଣ ଯୋଜନା ବିଷୟରେ ଲୋକମାନଙ୍କୁ ଅବଗତ କରାଇଥିଲେ l ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକମାନଙ୍କ ସହ ଅଙ୍ଗନ ବାଡ଼ି ଦିଦି, ଆଶାଦିଦି, ସ୍ୱୟଂସାହାୟିକା ଗୋଷ୍ଠୀର ମହିଳା,ବିଦ୍ୟାଳୟର ଛାତ୍ର ଛାତ୍ରୀ,ଚାଷୀ ଓ ଉଜ୍ଜଳା ଦିଦି ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ଥିବା ହିତାଧିକାରୀ ମାନଙ୍କୁ ଏହି ସଂକଳ୍ପ ଯାତ୍ରା ମାଧ୍ୟମରେ ଯୋଜନା ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ। ଦେଶର ପ୍ରତ୍ୟେକ ଅସହାୟ ବ୍ୟକ୍ତି ଯାହାଙ୍କ ପାଖରେ ଘର ନାହିଁ ତାଙ୍କୁ ପକ୍କା ଘର,ମା ମାନଙ୍କୁ ଉଜ୍ବଳା ଯୋଜନା ମାଧ୍ୟମରେ ରନ୍ଧନ ଗ୍ୟାସ, ସୁକନ୍ୟା ଯୋଜନା,ପ୍ରଧାନମନ୍ତ୍ରୀ ପେନସନ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନବିମା ଯୋଜନା ଇତ୍ୟାଦି ଅନେକ ଯୋଜନାରେ ହିତାଧିକାରୀଙ୍କୁ ଭୁକ୍ତ କରାଯାଉଛି।


