ମୋଦି ସରକାରଙ୍କ ଗ୍ୟାରେଣ୍ଟି ଆମ “ସଂକଳ୍ପ ବିକଶିତ ଭାରତ” ରଥ ହିଡିଗାଁ ଗ୍ରାମପଞ୍ଚାୟତରେ ପରିକ୍ରମା

ବାଲେଶ୍ୱର, (ସରୋଜ ପଣ୍ଡା):ଶୁକ୍ରବାର ଦିନ ହିଡିଗାଁ ଗ୍ରାମପଞ୍ଚାୟତରେ ମୋଦି ସରକାରଙ୍କ ଗ୍ୟାରେଣ୍ଟି “ଆମ ସଂକଳ୍ପ ବିକଶିତ ଭାରତ “ରଥ ପରିକ୍ରମା କରିଥିଲା l ଏହି ପଞ୍ଚାୟତରେ ରଥ ପରିକ୍ରମା ସମୟରେ ସ୍ଥାନୀୟ କୀର୍ତ୍ତନିୟା ଦଳ ହରିନାମ ଜପ କରି ରଥକୁ ବାଟ କଢାଇ ନେଇଥିଲେ l LED ସ୍କ୍ରିନ ଦ୍ୱାରା ମୋଦି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଲୋକମାନଙ୍କୁ ପ୍ରଦର୍ଶନ କରାଯାଇଥିଲା l ପଞ୍ଚାୟତର ଲୋକମାନେ ମୋଦି ସରକାରଙ୍କ ଯେଉଁ ଯେଉଁ ଯୋଜନା ପାଇଛନ୍ତି, ତାର ସୁଚି କରିବା ଏବଂ ଯେଉଁ ମାନେ ଏହିସବୁ ଯୋଜନାରୁ ବଞ୍ଚିତ ହେଇଛନ୍ତି, ତାଙ୍କର ପଞ୍ଜିକରଣ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପଠାଇବା ତଥା ସରକାରଙ୍କ ପ୍ରତ୍ୟେକ ଯୋଜନାରୁ ଲାଭ ପାଇବା ପାଇଁ ଜନସାଧରଣଙ୍କୁ ସଚେତନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ସ୍ଥଳରେ ରେମୁଣାର ନେତା ତଥା ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମାହାନ୍ତି ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ବିଷୟରେ ଉପସ୍ଥିତ ଲୋକ ମାନଙ୍କୁ ସଚେତନ କରିବା ସହ ସ୍କୁଲରେ ଭଲ ପାଠ ପଢୁଥିବା ପିଲା,କେନ୍ଦ୍ର ସରକାରଙ୍କ ଯୋଜନାରେ ଲାଭ ଉଠାଇଥିବା ବ୍ୟକ୍ତି ତଥା ସମାଜ ପାଇଁ କାମ କରୁଥିବା ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ l କେନ୍ଦ୍ର ଅଧୀନରେ ଥିବା ବିଭିନ୍ନ ସଂସ୍ଥା ଯଥା LPG, ନାବାର୍ଡ, ବିଭିନ୍ନ ରାଷ୍ଟ୍ରୟତ୍ତ ବ୍ୟାଙ୍କ ର କର୍ମଚାରି ମାନେ ଉପସ୍ଥିତ ହୋଇ ଲୋକମାନଙ୍କୁ ସଚେତନ କରାଇଥିଲେ l ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କ ସହ ହିଡିଗାଁ ସରପଞ୍ଚ ପିତାମ୍ବର ବେହେରା,ପୂର୍ବତନ ସରପଞ୍ଚ ବାସନ୍ତୀ ବେହେରା,ଅଙ୍ଗନ ବାଡ଼ି ଦିଦି, ଆଶାଦିଦି, ସ୍ୱୟଂସାହାୟିକା ଗୋଷ୍ଠୀର ମହିଳାମାନେ, ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ, ଚାଷୀ ଓ ଉଜ୍ଜଳା ଦିଦି ମାନେ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ l କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ଥିବା ହିତାଧିକାରୀ ମାନଙ୍କୁ ଏହି ସଂକଳ୍ପ ଯାତ୍ରା ମାଧ୍ୟମରେ ଯୋଜନା ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ। ଦେଶର ପ୍ରତ୍ୟେକ ଅସହାୟ ବ୍ୟକ୍ତି ଯାହାଙ୍କ ପାଖରେ ଘର ନାହିଁ ତାଙ୍କୁ ପକ୍କା ଘର,ମା ମାନଙ୍କୁ ଉଜ୍ବଳା ଯୋଜନା ମାଧ୍ୟମରେ ରନ୍ଧନ ଗ୍ୟାସ, ସୁକନ୍ୟା ଯୋଜନା,ପ୍ରଧାନମନ୍ତ୍ରୀ ପେନସନ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନବିମା ଯୋଜନା ଇତ୍ୟାଦି ଅନେକ ଯୋଜନାରେ ହିତାଧିକାରୀଙ୍କୁ ଭୁକ୍ତ କରାଯାଉଛି। ଅନ୍ୟ ମାନଙ୍କ ମଧ୍ୟରେ ଲମ୍ୱୋଧର ପ୍ରଧାନ,ମଧୁସୂଦନ ପରିଡ଼ା,ଭଗବାନ ସ, କବିତା ସାମନ୍ତ,ଗୋବିନ୍ଦ କିସ୍କୋ,ରାମ ଚନ୍ଦ୍ର ବେହେରା, ଠୁମ୍ପ ମାଝି ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ