ମୋଦି ସରକାର ଜନ ବିରୋଧୀ ନୀତି ବିରୋଧରେ ସାଧାରଣ ଧର୍ମଘଟ ଓ ଗ୍ରାମୀଣ ଭାରତ ବନ୍ଦ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରର ମୋଦି ସରକାରଙ୍କ ବିଭିନ୍ନ ଜନ ବିରୋଧୀ ନୀତି ବିରୁଦ୍ଧରେ ଦେଶର ଅଧିକାଂଶ କୃଷକ,ଶ୍ରମିକ ଓ କର୍ମଚାରୀ ସଂଗଠନ ମାନଙ୍କ ପକ୍ଷରୁ ଦିଆଯାଇଥିବା ସାଧାରଣ ଧର୍ମଘଟ ଓ ଗ୍ରାମୀଣ ଭାରତ ବନ୍ଦ ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ସହିତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରେ ରାସ୍ତାରୋକ ମାନ ସଂଗଠିତ ହୋଇଯାଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କ ମିଳିତ ମଂଚ ଓ ସ୍ୱାଧୀନ ଫେଡେରେସନ ସମୂହ ପକ୍ଷରୁ ଆହୁତ ଗଣଧାରଣା ଅପରାହ୍ନ ପର୍ଯ୍ୟନ୍ତ ଚାଲୁ ରହିଥିଲା । ଶ୍ରମିକ ନେତା ବାବାଜୀ ଧଳ,ଏଲିନା ସାମନ୍ତରାୟ, କୃଷକ ନେତା ନାରାୟଣ ପରିଡାଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ଦ୍ୱାରା ପରିଚାଳିତ ଗଣଧାରଣା ସଭାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଜିଲ୍ଲା କଂଗ୍ରେସ ସଭାପତି ଲୋକନାଥ ମହାରଥୀ, ସିପିଆଇ(ଏମ୍) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ସିପିଆଇ ଜିଲ୍ଲା ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ, ଆପ ଜିଲ୍ଲା ସମ୍ପାଦକ ସୂର୍ଯ୍ୟକାନ୍ତ ପରିଡା ପ୍ରମୁଖଙ୍କ ସମେତ ସଂଯୁକ୍ତ କିଷାନ ମୋର୍ଚ୍ଚା ଆବାହକ ମଣ୍ଡଳୀ ସଦସ୍ୟ ଆଦିକନ୍ଦ ରାଉଳ, ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଫକୀର ଚରଣ ଖଟୁଆ, ଆଇଏନ୍ଟିୟୁସି ଜିଲ୍ଲା ସଭାପତି ମୁକ୍ତାର ଖାଁ, ସିଟୁ ଜିଲ୍ଲା ସମ୍ପାଦକ ଜଗତଜୀବନ ଦାଶ, ଜିଲ୍ଲା ବିକାଶ ସମୁଖ୍ୟ ସମ୍ପାଦକ ଅଜୟ ସାମଲ, ପୂର୍ବତନ ନଗରପାଳ ଆକବର ଅଲ୍ଲୀ, ଓଡ଼ିଶା କୃଷକ ସଭା ନେତା ରମେଶ ପ୍ରଧାନ, କିଷାନ କଂଗ୍ରେସ ନେତା ମହେନ୍ଦ୍ର ପରିଡା, ଶ୍ରମିକ ନେତା ସୌମ୍ୟକାନ୍ତ ଧଳ, ବିକାଶ ବେହୁରା, ମାଧବ ଦାସ, କ୍ରାନ୍ତୀପ୍ରଭା ନାୟକ, ସୋହାନା ବିବି, ଯୁବନେତ୍ରା ନନ୍ଦିନୀ ନାୟକ, ରତିକାନ୍ତ ସାମଲ, ନିରଞ୍ଜନ ପରିଡା,ହରାମଣି ରାଉତ, ବିଧୁଭୂଷଣ ମହାପାତ୍ର, ସତ୍ୟେନ୍ଦ୍ର ବେହେରା, ସୀତାକାନ୍ତ ନାୟକ ପ୍ରମୁଖ କେନ୍ଦ୍ର ସରକାରଙ୍କ କୃଷକ-ଶ୍ରମିକ ମାରଣ ନୀତିର ତୀବ୍ର ସମାଲୋଚନା କରିଥିଲେ । ଏଥି ସହିତ ଦିଲ୍ଲୀ ସୀମାରେ ଆନ୍ଦୋଳନ ରତ କୃଷକ ମାନଙ୍କ ଉପରେ ଚଳାଇଥିବା ବର୍ବର ଆକ୍ରମଣକୁ ତୁରନ୍ତ ବନ୍ଦ କରିବା ସଙ୍ଗେ ସଙ୍ଗେ ସମସ୍ତ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟର ଗ୍ୟାରେଣ୍ଟି ଆଇନ ପାଇଁ ଦାବି କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କର କର୍ପୋରେଟ ବନ୍ଧୁମାନଙ୍କ ସହଯୋଗରେ ଜନ ଆନ୍ଦୋଳନକୁ ଦମନ କରି ଦେଶର ଧର୍ମୀୟ ଧ୍ରୁବିକରଣ ସହିତ ଗଣତନ୍ତ୍ର ଓ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ଯେଉଁ ଉଦ୍ୟମ କରୁଛନ୍ତି ଓ ଏହି ଜନ ବିରୋଧୀ କାର୍ଯ୍ୟରେ ରାଜ୍ୟର ନବୀନ ସରକାର ତାଙ୍କୁ ପୂର୍ଣ ସର୍ମଥନ କରି ଚାଲିଛନ୍ତି ଏଥିରୁ ବିରତ ନହେଲେ ଆଗାମୀ ସାଧାରଣ ନିର୍ବାଚନରେ କୃଷକ, ଶ୍ରମିକ ଓ ସାଧାରଣ ଜନତା ତାଙ୍କୁ କ୍ଷମତାଚ୍ୟୁତ କରିବାପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ ।