ମୋଦି ସରୋଜିନୀ ଙ୍କୁ ଶୁଣାଇଲେ ସଂଘର୍ଷର କାହାଣୀ

ନୂଆଦିଲ୍ଲୀ- ଶୀତକାଳିନ ଅଧିବେଶନର ଶୁକ୍ରବାର ଥିଲା ଶେଷକାର୍ଯ୍ୟ ଦିବସ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସଂସଦରେ ଥିବା ନିଜ କକ୍ଷରେ ବିଭିନ୍ନ ଦଳର ନେତାଙ୍କ ସହ ଆଲୋଚନା କରୁଥିଲେ।  ଠିକ୍ ସେହି ସ୍ଥାନରେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  । ନାଇଡୁ ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ ମୋଦୀଙ୍କ ସହ ପରିଚୟ କରାଇଥିଲେ  ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଶୁଣାଇଥିଲେ ମିଥୁନ ଚକ୍ରବର୍ତ୍ତୀଙ୍କ ଅଭିନୀତ ଫିଲ୍ମ ମୃଗୟା ର କାହାଣୀ । କିପରି ଭାବେ ଜଣେ ଆଦିବାସୀ ଯୁବକର ସଂଘର୍ଷ ଆଗରେ ହାର ମାନିଥିଲା ଦୃଢ ଇଚ୍ଛା ଶକ୍ତି । ଏହି ଫିଲ୍ମରେ ମିଥୁନ ଆଙ୍ଗୁଠି ସହାର୍ଯ୍ୟରେ ଧନୁତୀର ଚଳାଇବାକୁ ଚାହିଁଥିଲେ କିନ୍ତୁ ଆଦିବାସୀ ସମୁଦାୟ ସେତେବେଳେ ଏହାକୁ ବିରୋଧ କରିଥିଲେ ।  ଆଦିବାସୀ ସମ୍ପ୍ରଦାୟ ରେ ପ୍ରଥା ଅଛିଯେ, ଧନୁ ତୀର ଚଳାଇବା ପାଇଁ ଆଙ୍ଗୁଠିର ବ୍ୟବହାର କରାଯାଏ ନାହିଁ । ଏହା ପରେ ମିଥୁନ ନିଜର କଠିନ ପରିଶ୍ରମ ଫଳରେ ବିନା ଆଙ୍ଗୁଠିରେ ଧନୁ ତୀର ଚଳାଇବାର ଅଭ୍ୟାସ କରିଥିଲେ । ସୂଚନାଥାଉକି ରାଜ୍ୟସଭାର ଇତିହାସରେ ପ୍ରଥମ ଥର ସାନ୍ତାଳୀ ଭାଷାରେ ଭାଷଣ ଦେଇଥିଲେ ସାଂସଦ ସରୋଜିନୀ ହେମ୍ବ୍ରମ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ