ମୋଦୀଙ୍କୁ ଧମକ ଦେଇଥିବା ପାକ୍ ଅଭିନେତ୍ରୀଙ୍କ ସମର୍ଥନରେ ମଡେଲ
ମୁମ୍ୱାଇ :କିଛି ଦିନ ତଳେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଧମକ ଦେଇ ଚର୍ଚ୍ଚାକୁ ଆସିଥିଲେ ପାକିସ୍ତାନର ପପ୍ କଣ୍ଠଶିଳ୍ପୀ ରବି ପୀରଜାଦା । ଦେହରେ ବୋମା ଗୁଡ଼ାଇ ଓ ସାପକୁ ଧରି ଫଟୋ ସେୟାର କରିବା ସହ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧମକ ଦେଇଥିଲେ । ଏହା ପରେ ପରେ ସୋସିଆଲ ମିଡିଆରେ ତାଙ୍କର ନଗ୍ନ ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା, ଯାହା ପାଇଁ ଲୋକେ ତାଙ୍କୁ ଟ୍ରୋଲ କରିଥିଲେ । ନିନ୍ଦା ଶୁଣିବା ପରେ ରବି ମନୋରଞ୍ଜନ ଜଗତରୁ ବିଦାୟ ନେଉଥିବା ନେଇ ସମସ୍ତଙ୍କୁ ଜଣାଇବା ସହ ଭଗବାନ ସେ କରିଥିବା ପାପ ପାଇଁ ତାଙ୍କୁ କ୍ଷମା କରନ୍ତୁ ବୋଲି ଲେଖିଥିଲେ ରବି । ଏବେ ତାଙ୍କୁ ଟ୍ରୋଲ କରାଯାଉଥିବା ଦେଖି ସମର୍ଥନ ଜଣାଇ ଜଣେ ମଡେଲ ନିଜର ନଗ୍ନ ଫଟୋ ଟୁଇଟରରେ ସେୟାର କରିଥିବା ଦେଖାଯାଇଛି । ରବିଙ୍କୁ ସମର୍ଥନ ଜଣାଇ ପାକିସ୍ତାନୀ-ଆଫଗାନୀ ମଡେଲ ମଲିଶା ହିନା ଖାନ୍ ନିଜର ନଗ୍ନ ଫଟୋ ସେୟାର କରିଛନ୍ତି ।