ମୋଦୀଙ୍କ ଜନ୍ମଦିନ ଅବସରରେ ବିଜେପି ତରଫରୁ ଅନ୍ନଦାନ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଜନ୍ମଦିନ ଅବସରରେ ‘ସେବାସପ୍ତାହ’ ପରିପ୍ରେକ୍ଷୀରେ ଭାରତୀୟ ଜନତାପାଟି ପକ୍ଷରୁ ବିଷ୍ଣୁପ୍ରୀୟା ବାଳାଶ୍ରମରେ ଅନ୍ନଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ କିଷ।ନମୋଚ୍ଚା ଉପାଧ୍ୟକ୍ଷ ମହେଶ୍ୱର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ରାମଚନ୍ଦ୍ର ସାହୁ, ୩୪ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ଟିକି କିସ୍କୁ, ବରିଷ୍ଠ ନେତା ବିଜୟ ରାଉତ, ଯଜ୍ଞ ପ୍ରସାଦ ସାହୁ, ମଧୁସୁଦନ ରାଉତ, ବଳଭଦ୍ର ବାରିକ, ଦଶରଥ ଜେନା, କୈଳାଶ ସାମଲ, ଫକିର ବେହେରା, ଦୀନବନ୍ଧୁ ମହାନ୍ତି, ସ୍ମୃତି ରଞ୍ଜନ ବେହେରା, ସତିଶ କୁମାର, ରାଜ କିଶୋର ଜେନା, ପ୍ରଶାନ୍ତ ମହାପାତ୍ର, ନିରାକାର ଦଳେଇ, ସରୋଜ ସାହୁ, ନିତ୍ୟାନନ୍ଦ ବେହେରା ପ୍ରମୁଖ ଯୋଗଦେଇ ବାଳାଶ୍ରମର କୁନି କୁନି ପିଲା ମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରିଥିଲେ । ବରିଷ୍ଠ ବିଜେପି ନେତା ସୁଶାନ୍ତ ଜେନା କାର୍ଯ୍ରକ୍ରମ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ