ମୋଦୀ ଙ୍କ ୫୭ ତମ ‘ମନ କି ବାତ ‘

(ଯୁଗାବ୍ଦ ନ୍ୟୁଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୫୭ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଉଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୫୭ ତମ ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀ ଙ୍କୁ ନବରାତ୍ରୀର ଶୁଭକାମନା ଜଣେଇବା ସହ ଏହି ପର୍ବରେ ଗରିବ ଲୋକମାନଙ୍କୁ ସାମିଲ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଆମକୁ ସବୁ ପର୍ବପର୍ବାଣୀରେ ଅନ୍ୟମାନଙ୍କ ଆବଶ୍ୟକତା ପୂରଣ ପାଇଁ ଚେଷ୍ଟା କରିବା ଆବଶ୍ୟକ। ଦେଶର କନ୍ୟା ସନ୍ତାନମାନଙ୍କୁ ପ୍ରଧାନମନ୍ତ୍ରୀ ଦେଶର ଲକ୍ଷ୍ମୀ ଭାବେ ସମ୍ବୋଧନ କରିଛନ୍ତି। ତାସହ ମୋଦୀ ପ୍ରଖ୍ୟାତ ଗାୟିକା ଲତା ମଙ୍ଗେଶକର ଙ୍କୁ ସ୍ମରଣ କରି ତାଙ୍କ ଜନ୍ମ ଦିନର ଅନେକ ଶୁଭେଚ୍ଚା ଜଣାଇଛନ୍ତି । ଅରୁଣାଚଳପ୍ରଦେଶର ଜଣେ ଛାତ୍ର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ପତ୍ର ପ୍ରସଙ୍ଗ ଉତଥାପନ କରି ମୋଦୀ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଚାପ ମୁକ୍ତ ପରୀକ୍ଷା ବିଷୟରେ ମତାମତ ଜଣାଇବାକୁ କହିଛନ୍ତି। ସେହି ଛାତ୍ର ଜଣକ ପ୍ରଧାନମନ୍ତ୍ରୀଙ୍କୁ  Exam Warriors ପୁସ୍ତକରେ ଅଧିକ ତଥ୍ୟ ସ୍ଥାନିତ କରିବାକୁ ଅନୁରୋଧ କରିଛନ୍ତି ।ମନ କି ବାତରେ ପ୍ରଧାନମନ୍ତ୍ରୀ ମୋଦୀ ୟୁଏସ ଓପନ ପ୍ରତିଯୋଗିତାରେ ରୁଷ ଦେଶର ଖେଳାଳି ଦାନିଲଙ୍କ ସରଳତା ଏବଂ ଖେଳୁଆଡ଼ ମନୋବୃତ୍ତିର ପ୍ରଶଂସା କରିଛନ୍ତି। ଏହି ଅବସରରେ ମୋଦୀ ଦେଶରେ କିଛି ଦିନ ପୂର୍ବରୁ ବ୍ୟାନ କରାଯାଇଥିବା ଇ-ସିଗାରେଟର ଖରାପ ପ୍ରଭାବ ବିଷୟରେ ଆଲୋଚନା କରିଛନ୍ତି। ବିଶେଷ କରି ଦେଶର ଯୁବ ପିଢ଼ି ଉପରେ ଏହାର କୁପ୍ରଭାବ କିଭଳି କମ କରାଯାଇ ପାରିବ, ସେ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ