ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ବିଜେପିର ବାଇକ୍ ରାଲି
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):କେନ୍ଦ୍ର ନେତୃତ୍ଵାଧୀନ ତଥା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ଏକ ମୋଟର ସାଇକେଲ ରାଲି ସହ ମହା ସମାବେଶ ଅନୁଷ୍ଠିତ ହୋଇଯାଇଛି। ସୋମବାର ପୂର୍ବାହ୍ନରେ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ରଜନୀକାନ୍ତ ପାଢିଙ୍କ ନେତୃତ୍ବରେ ଶତାଧିକ ଯୁବ ଦଳୀୟ କର୍ମୀ ଏକ ବିରାଟ ମୋଟର ସାଇକେଲ ରାଲିରେ ବାହାରି ନଗର ପରିକ୍ରମା କରିଥିଲେ । ପରେ ସ୍ଥାନୀୟ ବ୍ଳକ ଶାସନଆମ୍ବଗାଁ ପଞ୍ଚାୟତରେ ପହଞ୍ଚି ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଆୟୋଜିତ ବୈଠକରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ନିଳମଣି ବିଷୋୟୀ, ରଞ୍ଜନ ପୋଲାଇ, ଯୁବ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ଭଞ୍ଜ,ଗଞ୍ଜାମ ଜିଲ୍ଲା ବରିଷ୍ଠ ବିଜେପି ନେତା ମହେଶ ମହାନ୍ତି, ଯୁବମୋର୍ଚ୍ଚା ସଭାପତି ଦିପକ ପ୍ରଧାନ, ଓବିସି ମୋର୍ଚ୍ଚା ସଭାପତି ଗଦାଧର ସ୍ବାଇଁ, ଜିଲ୍ଲା ସମ୍ପାଦକ ପିତବାସ ପଣ୍ଡା ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ରାଜ୍ୟରେ ବୃଦ୍ଧିପାଉଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଆଗାମୀ ଦିନରେ ଦଳ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରଯାଇଥିଲା । ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା ବିରୋଧରେ ପଞ୍ଚାୟତ ସ୍ତରରୁ ରାଜ୍ୟ ପର୍ଯ୍ୟନ୍ତ ଆନ୍ଦୋଳନ ହେବ ବୋଲି ଅତିଥି ବୃନ୍ଦ କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ ବର୍ଷର କାର୍ଯ୍ୟକାଳର ସଫଳତା ଜନସାଧାରଣଙ୍କ ନିକଟରେ କିପରି ପହଞ୍ଚି ପାରିବ, ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମକୁ କେମିତି ସଫଳ କରାଯିବ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ବୈଠକରେ ଦଳର ସଂଗଠନକୁ ସୁଦୃଢ କରିବା ସହ ଅନ୍ୟାନ୍ୟ ସାଂଗଠନିକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା ।ଆଗାମୀ ବିଧାନସଭା ନିର୍ବାଚନ ନିର୍ବାଚନରେ ଦଳୀୟ ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରାକ୍ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ସୁଶିଳ ମଲ୍ଲ, ସୁଦାମ ପାତ୍ର, ବଲ୍ଲଭ ସାହୁ, ପଞ୍ଚାନନ ଡାକୁଆ, କୋରେଶ ପାତ୍ର, କାହ୍ନୁ ପାଣିଗ୍ରାହୀ, ବିକାଶ ଆଚାର୍ଯ୍ୟଙ୍କ ସମେତ ୩ଶହରୁ ଉର୍ଦ୍ଧ୍ବ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।