‘ମୋନା’ପକ୍ଷରୁ ନବକୃଷ୍ଣ ଚୌଧୁରୀ ଜୟନ୍ତୀ
ବାଲେଶ୍ୱର, (ସରୋଜ ପଣ୍ଡା) : ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୨୧ତମ ଜୟନ୍ତୀ ସହରର ନେଳିଆବାଗସ୍ଥିତ କାର୍ଯ୍ୟାଳୟରେ ଆଇନଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଫେସର ଡ. ପ୍ରହ୍ଲାଦ ଚରଣ ମହାନ୍ତି ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ନବକୃଷ୍ଣଙ୍କୁ ଜଣେ ମୌଳିକ ଚିନ୍ତାନାୟକ ଭାବେ ଚିତ୍ରିତ କରିଥିଲେ । ତାଙ୍କ ଦ୍ୱାରା ତତ୍କାଳୀନ ଶିକ୍ଷାନୀତିର ବ୍ୟାପକ ପରିପବର୍ତ୍ତନ ଓ ସଂସ୍କାର ଆସିଥିଲା । ଓଡ଼ିଆକୁ ସରକାରୀ ଭାଷା କରାଯିବା ଓ ମଦମୁକ୍ତ ଓଡ଼ିଶା ପାଇଁ ୧୯୫୬ରେ ନିଶା ନିବାରଣ ଆଇନ ପ୍ରଣୟନ କର ସେ ସମସ୍ତଙ୍କ ପାଇଁ ଦୃଷ୍ଟାନ୍ତ ସୃଷ୍ଟି କରିଯାଇଛନ୍ତି । ମାତ୍ର ସରକାରୀ ପୃଷ୍ଠପୋଷକତା ଅଭାବରୁ ତାହା କାର୍ଯ୍ୟକାରୀ ହୋଇ ପାରିନଥିବା ଡ. ମହାନ୍ତି କହିଥିଲେ । ଉପଦେଷ୍ଟା ସୁବ୍ରତ କର ଓ ସାଧାରଣ ସମ୍ପାଦିକା ମମତା ମହାପାତ୍ର ପ୍ରମୁଖ ଏଥିରେ ଏଥିରେ ଉପସ୍ଥିତ ରହି ନବକୃଷ୍ଣ ଚୌଧୁରୀଙ୍କୁ ଆଦର୍ଶବାଦୀ ମୁଖ୍ୟମନ୍ତ୍ରୀ ଭାବେ ଅଭିହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୋନାର ଉପ-ସଭାପତି ଡ. କ୍ଷୀତିଶ୍ୱର ଦାଶ ଓ ଅର୍ଚ୍ଚନା ନନ୍ଦୀ ବକ୍ତବ୍ୟ ରଖିଥିଲେ । ରମେଶ ଚନ୍ଦ୍ର ଜେନା, ପ୍ରଭାତୀ ମହାନ୍ତି, ସରସ୍ୱତୀ ପଣ୍ଡା, ଜ୍ୟୋସ୍ନା ପାଣି, କ୍ରୀଷ୍ଣ ସାହା, କମଳାକାନ୍ତ ଦାଶ, ଗୀତାଞ୍ଜଳି ସିଂହ, ଯୋଗେଶ ଚନ୍ଦ୍ର ପ୍ରଧାନ, ପ୍ରସନ୍ନ କୁମାର ପାଢ଼ୀ, ସୁଜାତାରାଣୀ ପଣ୍ଡା, ସନାତନ ଦାସ, ଅଞ୍ଜନା ସେନ୍, ବିଦ୍ୟାଧର ସାହୁ, ପୂର୍ଣ୍ଣଚନ୍ଦ୍ର ବେହେରା, ବସନ୍ତ ପ୍ରଧାନ, ଶଚିନ୍ଦ୍ର ଦାସ, ଭାରତୀ ପଣ୍ଡା, ସ୍ମୃତିଦାସ, ସାଇକ୍ରିଷ୍ଣା ସାହୁ, ରମଣୀ ରଞ୍ଜନ ଦାସ, ସୀତାରାମ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । କୋଷାଧ୍ୟକ୍ଷ ପ୍ରଫୁଲ କୁମାର ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


