ମୋନାଲି ଗନ୍ତାୟତ ଆଦର୍ଶ ବିଦ୍ୟାଳୟରେ ଟପ୍ପର

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମରେ ପ୍ରତିଷ୍ଠିତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ମୋନାଲି ଗନ୍ତାୟତ ଚଳିତ ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷାରେ ସର୍ବାଧିକ ୪୮୪( ୯୬.୮ % ) ମାର୍କ ହାସଲ କରି ଟପ୍ପର ହେବାର ଗୌରବ ଅର୍ଜନ କରିଥିବା ଗୋଲିଆ ଓଏଭି ପ୍ରିନ୍ସପାଲ ସିଦ୍ଧାନ୍ତ ପ୍ରସାଦ ଜେନା ପ୍ରକାଶ କରିଛନ୍ତି । ଗୋଲିଆ ଓଏଭି ୨୦୧୮ ମସିହାରେ ପ୍ରତିଷ୍ଠିତ ହୋଇଥିବା ବେଳେ ଚଳିତ ୨୦୨୨ ମସିହାରେ ପ୍ରଥମ ଥର ପାଇଁ ୪୪ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ, ମାତା ରିତାଞ୍ଜଳୀ ଗନ୍ତାୟତ ଓ ପିତା ଦିଲ୍ଲୀପ କୁମାର ଗନ୍ତାୟତଙ୍କ ସୁପୁତ୍ରୀ ମୋନାଲି ଗନ୍ତାୟତ ଦଶମ ପରୀକ୍ଷାରେ ୯୬.୮୦ ପ୍ରତିଶତ ମାର୍କ ରଖି ଟପର ହୋଇଛନ୍ତି । ସେହିପରି ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ଦ୍ବିତୀୟ ସ୍ଥାନରେ ସୁତାପା ମହାପାତ୍ର ୪୭୭ (୯୫.୪%) , ତୃତୀୟ ସ୍ଥାନରେ ଶିବାଙ୍ଗୀ ମିଶ୍ର ୪୬୪ (୯୨.୮%) ଓ ଚତୁର୍ଥ ସ୍ଥାନରେ ସ୍ବୟଂଶ୍ରୀ ହୋତା ୪୫୫ (୯୧%) ମାର୍କ ରଖିଛନ୍ତି। ଗୋଲିଆ ଓଡିଶା ଆଦର୍ଶ ବିଦ୍ୟାଳୟର ୪୪ ଜଣ ଛାତ୍ରଛାତ୍ରୀ ପ୍ରଥମ ଥର ପାଇଁ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ଶତ ପ୍ରତିଶତ ଫଳାଫଳ ହୋଇପାରିଛି । ପ୍ରକାଶ ପାଇଥିବା ଏସବିଏସଇ ଦଶମ ପରୀକ୍ଷାରେ ଗୋଲିଆ ଓଏଭି ରେ ପ୍ରଥମ ଶ୍ରେଣୀରେ ୩୪ ଜଣ , ଦ୍ବିତୀୟ ଶ୍ରେଣୀରେ ୬ ଜଣ ଓ ତୃତୀୟ ଶ୍ରେଣୀରେ ୪ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିନ୍ତି। ପରୀକ୍ଷା ଫଳ ପ୍ରକାଶିତ ହେବାପରେ ଗୋଲିଆ ଆଦର୍ଶ ବିଦ୍ୟାଳୟ ଓ ବୁଗୁଡା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଟପର ହୋଇଥିବା ମୋନାଲି ନିଜର ସଫଳତାର ଶ୍ରେୟ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ନିଜର ମାତା ଓ ପିତାଙ୍କୁ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ