ମୋନା ପକ୍ଷରୁ‘ନୀତିନିଷ୍ଠ ନବକୃଷ୍ଣ’ ପୁସ୍ତକର ଲୋକାର୍ପଣ ପ୍ରସ୍ତୁତି

ବାଲେଶ୍ୱର, (ସରୋଜ ପଣ୍ଡା) : ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ‘ନୀତିନିଷ୍ଠ ନବକୃଷ୍ଣ’ର ଲୋକାର୍ପଣ ସମ୍ପର୍କିତ ପ୍ରସ୍ତୁତି ବୈଠକ ନେଳିଆବାଗସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ମୋନାର ଜିଲା ସଭାପତି ଆଇନଜୀବୀ ପ୍ରଭାକର ସାହୁ ଏଥିରେ ସଭାପତିତ୍ୱ କରିଥିଲେ । ଆସନ୍ତା ୧୧ ତାରିଖ ଗୁରୁବାର ଅପରାହ୍ଣ ୪ଟା ସମୟରେ ସ୍ଥାନୀୟ ‘ଆତିଥ୍ୟ’ ସଭାଗୃହରେ ‘ନୀତିନିଷ୍ଠ ନବକୃଷ୍ଣ’ ପୁସ୍ତକ ଲୋକାର୍ପଣ ହେବ ବୋଲି ସାଧାରଣ ସଂପାଦିକା ମମତା ମହାପାତ୍ର ସୂଚନା ପ୍ରଦାନ କରିଥିଲେ । ଏହି ଉତ୍ସବରେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ.ସନ୍ତୋଷ କୁମାର ତ୍ରିପାଠୀ, ମୋନାର ରାଜ୍ୟ ସଭାପତି ପଦ୍ମଚରଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଓ ଜିଲା ଶିକ୍ଷାଧିକାରୀ ବିଷ୍ଣୁ ମୋହନ ସୂତାର ଅତିଥି ଭାବେ ଯୋଗଦାନ ପାଇଁ ସ୍ୱୀକୃତି ଦେଇଥିବା ସମ୍ପାଦିକା ଶ୍ରୀମତୀ ମହାପାତ୍ର ସୂଚନା ଦେଇଥିଲେ । ‘ମୋନା’ ଓ ରାଜ୍ୟ ସଂସ୍କୃତି ବିଭାଗ ସହଯୋଗରେ ତଥା ଫକୀରମୋହନ ସାହିତ୍ୟ ପରିଷଦର ପୂର୍ବତନ ସଭାପତି ଡ.ହରିଶ୍ଚନ୍ଦ୍ର ବେହେରା, କବି ବିମଳ ଜେନା, ଡ.ଶିରୀଶଚନ୍ଦ୍ର ଜେନା ଓ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ସମ୍ପାଦନାରେ ଲୋକାର୍ପିତ ହେବାକୁ ଯାଉଥିବା ଏହି ପୁସ୍ତକରେ ରାଜ୍ୟର ଲବ୍ଧ ପ୍ରତିଷ୍ଠିତ ଲେଖକମାନଙ୍କ ଲେଖାରେ ସଂକଳିତ ହୋଇଛି । ଉତ୍ସବରେ ନିର୍ଦ୍ଧାରିତ ସମୟରେ ଯୋଗଦେବାକୁ ‘ମୋନା’ ପକ୍ଷରୁ ସମସ୍ତ ସଦସ୍ୟ/ସଦସ୍ୟାଙ୍କୁ ଅନୁରୋଧ କରାଯାଇଛି । ଉପଦେଷ୍ଟା ସୁବ୍ରତ କର, ଉପ-ସଭାପତି ଡ. କ୍ଷିତୀଶ୍ୱର ଦାଶ, କୁମୁଦ ରଞ୍ଜନ ଗିିରି, କମଳାକାନ୍ତ ଦାଶ, ସ୍ୱର୍ଣ୍ଣଲତା ସ୍ୱାଇଁ, ତ୍ରିଦିବ ନାୟକ, ଗୀତାଞ୍ଜଳି ସିଂହ, ସୀତାରାମ ପ୍ରଧାନ, ପ୍ରସନ୍ନ କୁମାର ପାଢ଼ୀ ଓ ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ପ୍ରସ୍ତୁତି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସୁଜାତା ରାଣୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ