‘ମୋନା’ ପକ୍ଷରୁ ବିଦାୟୀ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ନିଶା ନିବାରଣ ଅଭିଯାନ (ମୋନା) ବାଲେଶ୍ୱର ଶାଖା ତରଫରୁ ପୂର୍ବତନ ଜିଲ୍ଲାପାଳ ରମେଶଚନ୍ଦ୍ର ରାଉତଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ତାଙ୍କର ବାସଭବନରେ ଦିଆଯାଇଥିଲା । ସେ ବାଲେଶ୍ୱରଠାରେ ପ୍ରାୟ ଗତ ଦେଢବର୍ଷ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ ଏବଂ ଜିଲ୍ଲାକୁ ଅତି ସୁଚାରୁ ରୂପେ ଚଳାଇ ସମସ୍ତଙ୍କ ଲୋକପ୍ରିୟ ହୋଇପାରିଥିଲେ । ଶ୍ରୀ ରାଉତ ଏବେ ଇ.ଏସ୍.ଆଇ. ର ନିର୍ଦ୍ଦେଶକ ଭାବେ ଭୁବନେଶ୍ୱରରେ ଅବସ୍ଥାପିତ ହୋଇଛନ୍ତି । ମୋନା ତରଫରୁ ଜିଲ୍ଲା ସଭାପତି ପ୍ରଭାକର ସାହୁ, ଉପଦେଷ୍ଟା ସୁବ୍ରତ କର ଓ ସାଧାରଣ ସଂପାଦିକା ମମତା ମହାପାତ୍ର ତାଙ୍କୁ ଭେଟି ତାଙ୍କର ଶୁଭକାମନା କରିଥିଲେ ଏବଂ ‘ମୋନା’ର ସଦ୍ୟ ପ୍ରକାଶିତ ମୁଖପତ୍ର-୨୦୧୯ ତାଙ୍କୁ ଅର୍ପଣ କରିଥିଲେ ।