ମୋବାଇଲ ଗେମ୍‌ରେ ୪୦ହଜାର ଟଙ୍କା ଠକାମୀର ଶିକାର

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ମୋବାଇଲ ଗେମ୍ ସବୁ ବର୍ଗର ପିଢୀଙ୍କୁ ଏକ ନୂତନ ସୌକ୍‌ରେ ପାଲଟିଛି । ଏପରିକି ଅନେକଙ୍କୁ ପାଗଳ କରି ଦେଇଛି ଏହି ମୋବାଇଲ ଗେମ୍ । ଏହି ଗେମ୍ ଦ୍ୱାରା ୪୦ହଜାର ଟଙ୍କାର ଠକେଇର ଶିକାର ହେଇଥିବା ଏକ ଖବର ମିଳିଛି । ଘଟଣାରୁ ପ୍ରକାଶ, କିଛିମାସ ତଳେ କେନ୍ଦ୍ର ସରକାର ଚୀନ୍‌ର ମୋବାଇଲ ଆପ୍ ଗୁଡିକୁ ବ୍ୟାନ୍ କରିବା ପରେ ଏହାର ବିକଳ୍ପ ମୋବାଇଲ ଭାରତୀୟ ଆପ୍ ବର୍ତ୍ତମାନ ମାଗଣାରେ ଡାଉନଲୋଡ ହୋଇପାରୁଛି । କିଛି ଗେମ୍ ଅନଲାଇନରେ ମାଗଣାରେ ଖେଳା ଯାଇପାରୁଥିବା ବେଳେ ଆଉ କିଛି ଗେମ୍ ବ୍ୟାଙ୍କ୍ ଆକାଉଣ୍ଟରୁ ଟଙ୍କା ବାଜି ଲଗାଇ ଖେଳାଯାଉଛି । ଏପରି ସ୍ଥଳେ କିଛି ଲୋକ ଠକାମୀର ଶିକାର ମଧ୍ୟ ହେବାର ଦେଖା ଦେଉଛି । ବିଶେଷ କରି ଛୋଟ ପିଲାମାନେ ଅଭିଭାବକମାନଙ୍କ ମୋବାଇଲରେ ଗେମ୍ ଖେଳୁଥିବାବେଳେ ଏପରି ଠକାମୀର ଶିକାର ହେଉଛନ୍ତି । ଏହାକୁ ନେଇ ଅଧିକ ଚିନ୍ତାରେ ଅଛନ୍ତି ଅଭିଭାବକମାନେ । ପାରଳା ସହର ଏବଂ ଆଖପାଖ ଅଞ୍ଚଳର ବହୁ ଯୁବକ ମଧ୍ୟ ମୋବାଇଲ ଗେମ୍ ବେଟିଂ କରି ଠକାମୀର ଶିକାର ହେଉଛନ୍ତି । ଏପରି ଏକ ଲୋକଲୋଚନକୁ ଆସିଛି । ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ୧୦ବର୍ଷର ପୁଅ ମୋବାଇଲ ଗେମ୍ ଖେଳିବା ନାମରେ ତାଙ୍କ ବ୍ୟାଙ୍କ ଜମାଖାତାରୁ ଟଙ୍କା ଉଠିଥିବା ଘଟଣା ଜାଣିବା ପରେ ଆଶ୍ଚର୍ଯ୍ୟ ଚକିତ ହୋଇ ପଡିଥିଲେ ।ଅନୁସନ୍ଧାନ କରିବାରୁ ଜଣାପଡିଲା ଯେ ଜଣେ କଲେଜ ଛାତ୍ର ଏହି ୧୦ବର୍ଷ ବାଳକକୁ ଗେମ୍ ଖେଳିବା ବାହାନାରେ ଜମାଖାତାରୁ ୪୦ହଜାର ଟଙ୍କା ଉଠାଇନେଇଛି । ପୂର୍ବରୁ ଆଉ ଜଣେ ବ୍ୟବସାୟୀଙ୍କ ୧୭ବର୍ଷର ପୁଅ ଗେମ୍‌ରେ ବେଟିଂ କରି ପ୍ରାୟ ୩ଲକ୍ଷ ଟଙ୍କା ହାରିଯିବା ପରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ