ମୋବାଇଲ ଚୋରୀ ଘଟଣାରେ ୩ଜଣ ଅଟକ

ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର ବରଡିଠାରେ ଗତ ୨୨ତାରିଖ ଦିନ କୋଭିଡ ଟୀକାକରଣ ଶିବିର ଚାଲିଥିବାବେଳେ ମୋନାଲିସା ମହାନ୍ତି ନାମକ ଜଣେ ନର୍ସିଂ ଅଫିସରଙ୍କ ଭ୍ୟାନିଟ ବ୍ୟାଗଟି ଚୋରୀ ହୋଇଯାଇଥିଲା । ଟୀକାକରଣ କେନ୍ଦ୍ରରେ ପ୍ରବଳ ଗହଳିର ସୁଯୋଗ ନେଇ କେହି ଦୁର୍ବତ ବ୍ୟାଗଟିକୁ ଉଠେଇ ନେଇଥିଲା । ଏଥିରେ ଦୁଇଟି ମୋବାଇଲ ସେଟ ସହ ତାଙ୍କର ଏଟିଏମ କାର୍ଡ, ପାର୍ନକାର୍ଡ ସମେତ ଆଉ କିଛି ନଗଦ ଟଙ୍କା ମଧ୍ୟ ଥିଲା । ଅନେକ ଖୋଜାଖୋଜି କରିବାପରେ ମଧ୍ୟ କୌଣସି ସନ୍ଧାନ ମିଳିପାରି ନଥିଲା । ଏନେଇ ମୋନାଲିସା ଆନନ୍ଦପୁର ଥାନାରେ ତାଙ୍କର ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ହଜିଥିବା ନେଇ ଅଭିଯୋଗ କରିଥିଲେ । ଆନନ୍ଦପୁର ପୋଲିସ ଏହା ଉପରେ ତଦନ୍ତ ଜାରି ରଖିଥିଲା । ଆଜି ଆନନ୍ଦପୁର ପୁଲିସ ଛେନାପଦିଛକ ସ୍ଥିତ ଏକ ମୋବାଇଲ ରିପେୟାରିଂ ଦୋକାନରୁ ଏହି ମୋବାଇଲ ଜବଦ କରିବାପରେ ତାଙ୍କ ବୟାନକୁ ଭିତ୍ତିକରି ବରେଶ୍ୱର ଗ୍ରାମର ଦୁଇଜଣ ଓ ବରଡି ଗ୍ରାମର ଜଣେ ଯୁବକକୁ ପୁଲିସ ଉଠାଇ ନେଇ ପଚରା ଉଚୁରା କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ