ମୋବାଇଲ ଚୋରୀ ବେଳେ ଧରା ପଡିଲା ନାବାଳକ, ପୁଲିସ ରେ ଜିମା ଦେଲେ ଲୋକେ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଏବେ ସବୁଆଡେ ମୋବାଇଲ ଚୋରଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। ହାଟ, ବଜାର, ଛକ ଓ ଜନଗହଳି ସ୍ଥାନରେ ମୋବାଇଲ ଚୋରି ଅଧିକ ହେଉଛି। ବିଶେଷକରି ଏହି ରେକେଟ ରେ ଛୋଟ ଛୋଟ ଛୁଆ ମାନଙ୍କୁ ଅସ୍ତ୍ର କରି ଏହି ଲୁଟ କରାଯାଉଛି। ନନ୍ଦିପଦା ଥାନା ଅଧିନସ୍ଥ ଛେନାପଦି ଛକରେ ସକାଳୁ ସକାଳୁ ଜନଗହଳି ହେଉଥିବାରୁ ଏହାରି ସୁଯୋଗ ରେ ମୋବାଇଲ ଲୁଟ ଚାଲିଛି। ଗତ କିଛିଦିନ ଭିତରେ ୧୦ରୁ ଉର୍ଦ୍ଧ୍ବ ଲୋକ ପନି ପରିବା କିଣିବାକୁ ଆସି ମୋବାଇଲ ଲୁଟର ଶୀକାର ହୋଇଛନ୍ତି। ଆଜି ଘୋଷରାପଦା ଗ୍ରାମର ଜଣେ ଯୁବକ ପରିବା କିଣୁଥିବା ସମୟରେ ତାଙ୍କର ଅନ୍ୟମନସ୍କ ତାର ସୁଯୋଗରେ ୧୦/୧୨ବର୍ଷର ଏକ ନା ବାଳକ ଅତି ଚତୁରତାର ସହ ମୋବାଇଲ ଟିକୁ ତାଙ୍କ ପକେଟରୁ ନେଇ ଯାଇ ଲୁଚାଇ ଦେଇଥିଲା। ମୋବାଇଲ କୁ ରିଙ୍ଗ କରି ଖୋଜିବା ବେଳକୁ ଏହି ନା ବାଳକ ଜଣକ ଦୌଡିଥିଲା। ସ୍ଥାନୀୟ ଲୋକମାନେ ତାର ପିଛା କରି ତାକୁ ଧରିବା ସହିତ ତା ପାଖରୁ ମୋବାଇଲ ଟିକୁ ଉଦ୍ଧାର କରିଥିଲେ। ସେ ତାର ଘର ବନ୍ତ ଅଞ୍ଚଳର ବୋଲି କହୁଥିଲା। ପରେ ପୁଲିସ କୁ ଡାକି ହସ୍ତାନ୍ତର କରିଥିଲେ। ପୁଲିସ ଉକ୍ତ ବାଳକ କୁ ଥାନାରେ ରଖି ତାଙ୍କ ପରିବାର ଲୋକଙ୍କୁ ଡକାଇଥିବା ଜଣା ଯାଇଛି। ପୁଲିସ ଏହି ନାବାଳକ ଠାରୁ ତଥ୍ୟ ସଂଗ୍ରହ କରି ରେକେଟ ରେ ସମ୍ପୃକ୍ତ ଅନ୍ୟ ସମସ୍ତଙ୍କ ପର୍ଦାଫାସ କରିବାକୁ ସଧାରଣ ରେ ଦାବି ହେଉଛି।


