ମୋବାଇଲ ଚୋର ସକ୍ରୀୟ
ହାଟଡ଼ିହି,( ଯୁଗାବ୍ଦ ନୁ୍ୟଜ୍) : ହାଟଡିହି ଓ ଆନନ୍ଦପୁର ଅଞ୍ଚଳରେ ମୋବାଇଲ ଚୋର ର୍ୟାକେଟ ପୁଣି ସକ୍ରୀୟ ହୋଇ ଉଠିଛନ୍ତି । ଏମାନେ ହାଟ ବଜାର ଓ ଜନଗହଳି ପୁର୍ଣ୍ଣ ସ୍ଥାନ ମାନଙ୍କରେ ସୁବିଧା ଦେଖି ଲୋକମାନଙ୍କ ପକେଟରୁ ମୋବାଇଲ ଲୁଟ କରିନେଉଛନ୍ତି । ଗତ କିଛିଦିନ ମଧ୍ୟରେ ଛେନାପଦିଛକ, ଶାଳବଣି ହାଟ ଓ ବସନ୍ତିଆ ହାଟରୁ ୧୦ରୁ ଉର୍ଦ୍ଧ ଲୋକଙ୍କ ମୋବାଇଲ ସେଟ ଲୁଟି ନେଇଥିବା ଜଣାଯାଇଛି । ବିଶେଷକରି କେତେକ ନାବାଳକ ଏହି ର୍ୟାକେଟରେ କାର୍ଯ୍ୟ କରୁଛନ୍ତି । ୧୨ରୁ ୧୫ବର୍ଷର ଏହି ବାଳକ ମାନେ ଗହଳି ଭିତରେ ପସି ଲୋକଙ୍କ ପକେଟରୁ ଅତି ସତର୍କତାର ସହିତ ଲୁଟ କରୁଛନ୍ତି । ଗ୍ୟାଙ୍ଗ ଲିଡର ମାନେ ସେମାନଙ୍କୁ ଆଣି ଛକ ବଜାର ମାନଙ୍କରେ ଛାଡିଦେଇ ଯାଉଛନ୍ତି । ଗତ କିଛିଦିନ ତଳେ ଛେନାପଦିଛକରୁ ଏହିପରି ଲୁଟ କରୁଥିବାବେଳେ ଜଣେ ନା ବାଳକକୁ ଧରି ଲୋକମାନେ ନନ୍ଦିପଦା ପୁଲିସ ଜିମା ଦେଇଥିଲେ । କିନ୍ତୁ ପୁଲିସ ସେତେବେଳ ଏହି ର୍ୟାକେଟର ମୁଖ୍ୟକୁ ଧରିବାପାଇଁ କୌଣସି ପ୍ରକାର ଚେଷ୍ଟା ନକରି ଉକ୍ତ ନାବାଳକକୁ ତାର ଅଭିଭାବକଙ୍କୁ ଡାକି ଜିମା ଦେଇଥିଲା । ସେହିଦିନ ଠାରୁ ଏହା ଏକପ୍ରକାର ବନ୍ଦ ହୋଇଯାଇଥିଲା । ମାତ୍ର ଏହି ର୍ୟାକେଟ ଏବେ ପୁନର୍ବାର ସକ୍ରୀୟ ହୋଇ ଉଠିଛନ୍ତି । ତେଣୁ ପୁଲିସ ଏହି ର୍ୟାକେଟକୁ ଧରିବାପାଇଁ ଜାଲ ବିଛାଇବାକୁ ସାଧାରଣରେ ଦାବି ହେଉଛି ।