ମୋବାଇଲ ଛଡ଼ାଇବା ହେଲା କାଳ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ୧୬ନଂ ଜାତୀୟ ରାଜପଥର ଧାମନଗର ଛକ ଠାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୩ଟା ବେଳେ ଜଣେ ବ୍ୟକ୍ତି ମୋଟର ସାଇକେଲ ଯୋଗେ ରାଜପଥରେ ଭଦ୍ରକ ପଟୁ ଭଣ୍ଡାରିପୋଖରୀ ଅଭିମୁଖେ ଆସୁଥିଲେ। ନଳାଙ୍ଗ ଅଞ୍ଚଳର ଦୁଇ ଲୁଟେରା ଯୁବକ ତାଙ୍କୁ ପିଛା କରି ଧାମନଗର ଛକ ଠାରେ ମୋବାଇଲ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ବାଇକ ଆରୋହୀ ଜଣକ ନିଜକୁ ସୁରକ୍ଷିତ ରଖିବାକୁ ଯାଇ ଲୁଟେରାଙ୍କ ଗାଡିକୁ ଅତିକ୍ରମ କରିଥିଲେ। ପିଛା କରୁଥିବା ଲୁଟେରା ଦ୍ୱୟ ମୋବାଇଲ ଛଡ଼ାଇବାକୁ ଉଦ୍ୟମ କରିବା ବେଳେ ଭାରସାମ୍ୟ ହରାଇ ରାଜପଥ ଉପରେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରି ଧାମନଗର ଥାନାକୁ ଖବର ଦେଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁଇ ଲୁଟେରାଙ୍କୁ ଭଦ୍ରକ ମେଡିକାଲ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଜଣକ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଜଣେ ଚିକିତ୍ସାଧୀନ ଥିବା ଜଣାପଡିଛି।