ମୋବାଇଲ ଟଙ୍କା ଝାମ୍ପି ନେଇଥିବା ଦୁଇ ଜଣଙ୍କୁ କାବୁ କଲା ପୋଲିସ

ପୋଲସରା (ଅନିଲ ମହାରଣା): ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ସିଟି ସ୍କୁଲର ପ୍ରଥମ ବର୍ଷର ଜଣେ ଛାତ୍ରୀ ଏଟିଏମ୍ ରୁ ଟଙ୍କା ଉଠାଇ ନିଜ ରୁମ୍ କୁ ଫେରୁଥିବା ବେଳେ ପୂର୍ବରୁ ଛକି ରହିଥିବା ତିନି ଜଣ ଯୁବକ ଛାତ୍ରୀ ଙ୍କ ଠାରୁ ମୋବାଇଲ ସହିତ ଟଙ୍କା ଝାମ୍ପି ନେଇ ଦୌଡ଼ି ପଳାଇ ଯାଇଥିଲେ। ଖବର ପାଇ ପୋଲସରା ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ସଦଳବଳେ ଲୁଟେରାଙ୍କ ପିଛା କରି ନିଳାଞ୍ଚଳ ପରିଡା ଓ ଭିକାରୀ ବରାଡ ଦୁଇ ଜଣକୁ କାବୁ କରି ଗିରଫ କରିଥିବା ବେଳେ ଅନ୍ୟ ଜଣେ ଖସି ପଳାଇବାରେ ସକ୍ଷମ ହୋଇଥିଲା। ଦୁଇ ଲୁଟେରାଙ୍କ ନିକଟରୁ ଲୁଟ ହୋଇଥିବା ମୋବାଇଲ ଓ ଟଙ୍କା ଜବତ କରାଯାଇଛି।ଏନେଇ ପୋଲସରା ଥାନା କେଶ ନଂ ୧୦୯/୨୧ ରେ ମାମଲା ରୁଜୁ ହେବା ସହିତ ଦୁଇ ଆସାମୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ଫେରାର ଥିବା ଅନ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବ ବୋଲି ଆରକ୍ଷୀ ନିରୀକ୍ଷକ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ