ମୋବାଇଲ ଦୋକନରୁ ଚୋରୀକରି ୪ଗିରଫ
ହାଟଡିହିି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ବିଦ୍ୟାଧରପୁର ବଜାରର ଏକ ମୋବାଇଲ ଦୋକାନରୁ ମୋବାଇଲ ଚୋରୀକରି ୪ଜଣ ଗିରଫ ହୋଇଛନ୍ତି । ସେମାନେ ହେଲେ ବିଦ୍ୟାଧରପୁର ଠାକରୁପାଟଣା ଗ୍ରାମର ସଂଗ୍ରାମ ପାତ୍ର, ଦୀନବନ୍ଧୁ ସାହୁ, ସୁଶାନ୍ତ ପାତ୍ର ଓ ବିଦ୍ୟାଧରପୁର ଗ୍ରାମର ଅଜିତ ମହାରଣା । ସେମାନେ ଗତ ୯ତାରିଖ ରାତିରେ ବିଦ୍ୟାଧରପୁର ବଜାରରେ ଥିବା ସିଦ୍ଧାର୍ଥ ପାତ୍ରଙ୍କ ମୋବାଇଲ ଦେକାନରୁ ୪ଟି ଦାମି ସେଟ ମୋବାଇଲ ଚୋରୀ କରିନେଇଥିଲେ । ଏନେଇ ଦୋକାନ ମାଲିକ ସୋସୋ ଥାନାରେ ଲିଖିତ ଅଭିଯୋଗ କରିବାପରେ ସୋସୋ ଥାନା ଅଧିକାରୀ ଅନିଲ କୁମାର ସାମଲଙ୍କ ନେତୃତ୍ୱରେ ଥାନା ଏ.ଏସ.ଆଇ କାଙ୍ଗାଳି ଚରଣ ସାମଲ ଘଟଣାର ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଥିଲେ ।