ମୋବାଇଲ ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ମୋବାଇଲ ସହ ବିଭିନ୍ନ ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ

ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ମେଇନ ଠାରେ ଥିବା ଶ୍ରୀରାମ ମୋବାଇଲ ଏଣ୍ଡ ରିପେରିଂ ଦୋକାନରେ ହଠାତ ରାତ୍ର ୧୦ଟାରେ ସଟ ସର୍କିଟ ହୋଇ ନିଆଁ ଲାଗିଯାଇ | ଲକ୍ଷାଧିକ ଟଙ୍କାର ମୋବାଇଲ ସହ ବିଭିନ୍ନ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି | ଦୋକାନ ବନ୍ଦ ଥିବା ସମୟରେ ହଠାତ ଢ଼ୋ ଢା ଶବ୍ଦ ହୋଇ ନିଆଁ ଲାଗିଥିବାରୁ ସ୍ଥାନୀୟ ବାସିନ୍ଦା ମାନେ ଭୟଭୀତ ହୋଇଯାଇଥିଲେ | ନିଆଁ ପ୍ରକୋଷ୍ଟ ଏତେ ଜୋର ଥିଲା ଯେ ତାଙ୍କ ପଡୋଶୀ ଦୋକାନ ତଥା ଫୋଟ ଡିଲେକ୍ସ ସ୍ଟୁଡ଼ିଓ କୁ ମଧ୍ୟ ନିଆଁ ଲାଗିଥିଲା | ଏହା ଦେଖି ସ୍ଥାନୀୟ ବାସିନ୍ଦା ଓ ଛତ୍ରପୁର ଫାୟାର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବା ନିମନ୍ତେ ପାଣି ପକାଇବା ସହ ଅନ୍ୟାନ୍ୟ ଉପାୟରେ ନିଆଁ ଲିଭାଇବାକୁ ଚେଷ୍ଠା କରିଥିଲେ | ମୋବାଇଲ ଦୋକାନର ପଡୋଶୀ ଦୋକାନ ତଥା ଫୋଟ ଡିଲେକ୍ସ ସ୍ଟୁଡ଼ିଓର ଅଳ୍ପ କିଛି ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡିଛି | ଘଟଣା ସ୍ଥଳରେ ସ୍ଥାନୀୟ ବାସିନ୍ଦା ଓ ସ୍ଟୁଡ଼ିଓର ମାଲିକ ପହଁଚି କ୍ୟାମେରା ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ବାହାରକୁ ବାହାର କରିଥିଲେ | ଶ୍ରୀରାମ ମୋବାଇଲ ଏଣ୍ଡ ରିପେରିଂ ମୋବାଇଲ ଦୋକାନରେ ରହିଥିବା ସମସ୍ତ ମୋବାଇଲ ସହ ବିଭିନ୍ନ ସାମଗ୍ରୀ ପୋଡି ନଷ୍ଟ ହୋଇଥିବା ଜଣାପଡିଛି | ପ୍ରାୟ ଦୁଇ ରୁ ତିନି ଲକ୍ଷ ଟଙ୍କାର ବିଭିନ୍ନ ସାମଗ୍ରୀ ନିଆଁରେ ପୋଡି ନଷ୍ଟ ହୋଇଥିବାର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି | ମୋବାଇଲ ଦୋକାନର ମାଲିକ ରାମ ଚନ୍ଦ୍ର ପଲାଇ ବୋଲି ଜଣାପଡିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ