ମୋବାଇଲ ଫାଟି ଦୁଇ ଭଉଣୀ ଗୁରୁତର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲଖାରୀ ଗ୍ରାମରେ ଦୁଇ ଭଉଣୀ ମୋବାଇଲ ଦେଖୁଥିବା ସମୟରେ ଅଚାନକ ମୋବାଇଲଟି ଫାଟି ଯିବାରୁ ୨ ଭଉଣୀ ଗୁରୁତର ଆହତ ହେବାରୁ ସେମାନଙ୍କୁ ପରିବାର ଲୋକେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସୂଚନା ଅନୁଯାୟୀ , ଲଖାରୀ ଗ୍ରାମର ୪ ବର୍ଷର ଝିଅ ସୁଶୀଳା ରାଇକା ଓ ୧୨ ବର୍ଷିୟ ଝିଅ ନମିତା ରାଇକା ଉଭୟେ ଭଉଣୀ ରବିବାର ସନ୍ଧ୍ୟା ସମୟରେ ମୋବାଇଲରେ କାର୍ଟୁନ୍ ଦେଖୁଥିବା ବେଳେ ମୋବାଇଲଟି ଗରମ ହୋଇ ଅଚାନକ ଫାଟି ଯାଇଥିଲା। ଯାହା ଫଳରେ ୨ଭଉଣୀ ଗୁରୁତର ଆହତ ହୋଇଥିଲେ।ପରିବାର ଲୋକେ ଉଭୟଙ୍କୁ ଚନ୍ଦ୍ରଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ମୋବାଇଲରେ ଦୀର୍ଘ ସମୟ ଧରି ଗେମ୍ ଖେଳିବା , ସିନେମା ଦେଖିବା,କାର୍ଟୁନ୍ ଦେଖିବା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ଲଗାତାର ଭାବେ ଦେଖିବା ଫଳରେ ମୋବାଇଲର ବ୍ୟାଟେରୀ ଗରମ ହୋଇ ଫାଟି ଯିବାର ବହୁ ସମ୍ଭାବନା ରହିଛି। ଏଣୁ ପ୍ରତ୍ୟେକ ଦିନ ମୋବାଇଲ ଠାରୁ କିଛି ସମୟ ଧରି ଦୂରେଇ ରହିବା ପାଇଁ ବୁଦ୍ଧିଜୀବିମାନେ ମତ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ